oom

ବିଶ୍ୱ ଚକ୍ଷୁ ଦିବସ ଉପଲକ୍ଷେ ଟିଟିଲାଗଡ଼ ଲାୟନ୍ସ କ୍ଲବ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ସଚେତନତା ରେଲି

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଶ୍ୱ ଚକ୍ଷୁ ଦିବସ ଉପଲକ୍ଷେ ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଚକ୍ଷୁର କିପରି ଯତ୍ନ ନେବେ ଜନସାଧାରଣଙ୍କୁ ସେ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରେଲି ସ୍ଥାନୀୟ ପୁରୁଣା ବ୍ୟାଙ୍କ ଛକ ଠାରୁ ବାହାରି ଶାସ୍ତ୍ରୀ ଛକ, ପେଟ୍ରୋଲ୍ ପମ୍ପ ଛକ, ଧର୍ମଶାଳା ରୋଡ୍, ପୋଲିସ୍ ଷ୍ଟେସନ୍ ଛକରୁ ପୁରୁଣା ବ୍ୟାଙ୍କ୍ ଛକ୍ ଯାଏଁ ସହର ପରିକ୍ରମା କରିଥିଲେ । ଚକ୍ଷୁର ଉପକାରିତା, ସାବଧାନତା ବିଷୟରେ ପ୍ଲା-କାର୍ଡ ଧରି ଲୋକଙ୍କୁ ସଚେତନତା କରିବା ସହ ଲିଫ୍‌ଲେଟ୍‌ ବଣ୍ଟନ କରାଯାଇଥିଲା । ଏହି ରେଲିରେ ଲାୟନ୍ସ କ୍ଲବର ସଦସ୍ୟ ତଥା ଟିଟିଲାଗଡ଼ ବିଧାୟକ ନବୀନ ଜୈନ, କ୍ଲବ ସଭାପତି ଗଙ୍ଗାଧର ଶର୍ମା, ସମ୍ପାଦକ ଆବାସ ଖାଁ, ସଞ୍ଜୟ ସୋନି, ପଙ୍କଜ ନାମଦେବ, ଅଜିତ ଚାନ୍ଦ ପତ୍ର, ଆନନ୍ଦ ଜୈନ, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ ସାମିଲ ହୋଇଥିବା ବେଳେ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ପ୍ରୋଜେକ୍ଟ ଡାଇରେକ୍ଟର ମୋହିତ ମୋହନ ଦାସ, ଫିଲ୍ଡ କୋର୍ଡିନେଟର ଶୈଳେନ୍ଦୁ ନନ୍ଦ, ଏସ୍‌ସିଡିର ସମ୍ପାଦକ ରେଭେରେନ ଜ୍ୟୋତି ରଞ୍ଜନ ପାଇକ, ପ୍ରୋଜେକ୍ଟ କୋର୍ଡିନେଟର ଅମିତାଭ ବେହେରାଙ୍କ ସମେତ ଏସ୍‌ସିଡ଼ି ଚକ୍ଷୁ ଚିକିତ୍ସାଳୟର କର୍ମଚାରୀମାନେ ସାମିଲ ହୋଇଥିଲେ । ଏହାପରେ ଟିଟିଲାଗଡ଼ ନିକଟସ୍ଥ କତରକେଲା ଘଣ୍ଟବାହାଲି ଠାରେ ଏକ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ପ୍ରୋଜେକ୍ଟ ଡାଇରେକ୍ଟର ଶ୍ରୀ ଦାସ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.