ହରଭଙ୍ଗା ସ୍କୁଲରେ ବଜ୍ରପାତ ସଚେତନତା ସଭା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲରେ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଧନ ଜୀବନ ହାନି କ୍ରମାଗତ ଭାବରେ ହେଉଛି । ବଜ୍ରପାତ ସମୟରେ ଘର ଭିତରେ ଓ ଘର ବାହାରେ ଥିବାବେଳେ ବିଭିନ୍ନ ଉପାୟମାନ ଅବଲମ୍ବନ କରି ସମ୍ଭବତଃ ଜୀବନ ରକ୍ଷା ମିଳିପାରିବ । ଓଡିଶାରେ ଏବେ ବିଜୁଳି ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଣୁ, ସ୍ଥାନୀୟ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ରେଡ୍‌କ୍ରସ୍‌ ସାଧନକର୍ମୀ ଦୁଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ସଚେତନା କାର୍ଯ୍ୟକ୍ରମ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ଡେମୋନେଷ୍ଟ୍ରେସନ୍‌ ମାଧ୍ୟମରେ ଶ୍ରୀପଶାୟତ ତାଲିମ ଦେଇଥିଲେ । ଶିକ୍ଷକ, ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ସମସ୍ତେ ସତର୍କ ଆପ୍‌ ନିଜ ନିଜ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରିବାକୁ ମାର୍ଗଦର୍ଶନ କରିବା ସହିତ ସମ୍ଭବତଃ ଆବଶ୍ୟକୀୟ ତଥ୍ୟ ମାନିଲେ ଅନେକ ଜୀବନ ସୁରକ୍ଷିତ ରହିପାରିବ । ଏଥି ସହିତ ବର୍ଷା ମାସ ଚାଲୁ ରହିଥିବାରୁ ସାପ କାମୁଡା ପ୍ରତି ମଧ୍ୟ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ସାପ କାମୁଡା ପ୍ରତି କେଉଁ ସମସ୍ତ ଦିଗ ପ୍ରତି ସାବଧାନ ରହି କଣ କରିବେ ଏବଂ କଣ ନକରିବେ ସେ ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଗୋବିନ୍ଦ ସାହୁ, ମଂଟେଶ କୁମାର ସାହୁ, ପିଙ୍କି କର୍ଣ୍ଣ ପ୍ରମୁଖ ସହଯୋଗ କରିଥିବା ବେଳେ ରାଜ କିଶୋର ମାହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.