ls

ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଓମ୍‌ ଭ୍ୟାଲି ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ରେଲି ଆୟୋଜିତ

sb

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଟିଟିଲାଗଡ଼ ଓମ୍‌ ଭ୍ୟାଲି ଜୁନିଅର ୱିଂ ସର୍ଗିଗୁଡା ତରଫରୁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରେଲି ସ୍ଥାନୀୟ ସ୍ଵାଧୀନପଡ଼ା ହନୁମାନ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରି ଗଛର ମହତ୍ତ୍ଵ, ଉପକାରିତା ବିଷୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ସ୍କୁଲର ପ୍ରିନ୍ସିପାଲ୍ ମହେଶ୍ୱର ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସହ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ରେଲି ଅନୁଷ୍ଠିତ ହୋଇଥିଲା । ଏହି ରେଲିରେ ତୃତୀୟରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ସ୍କୁଲର ଉପଦେଷ୍ଟା ଡ. ରବିନ ଚନ୍ଦ୍ର ପରିମାଣିକ, ସ୍କୁଲ ଇନ୍‌ଚାର୍ଜ ନିଶି ବେରି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.