oum

ନୂତନ ଭାରତର ନୂତନ ଆଇନ : ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ବିଷୟରେ ଟିଟିଲାଗଡ଼ ଥାନାରେ ସଚେତନତା ସଭା

jsm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜୁଲାଇ ୧ ତାରିଖ ଠାରୁ ନୂତନ ଅପରାଧିକ ଆଇନର ତିନୋଟି ନିୟମ ଲାଗୁ ହୋଇଛି । ଏହି ନୂତନ ନିୟମ ବିଷୟରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଟିଟିଲାଗଡ଼ ଥାନା ସଭା ଗୃହରେ ଥାନାଧିକାରୀ ଅବନୀ ସାହୁଙ୍କ ଆୟୋଜକତାରେ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ସହରର ବରିଷ୍ଠ ନାଗରିକ, ଓକିଲ, ସମାଜସେବୀ, ଶିକ୍ଷାବିତ୍, ମହିଳା ସଂଗଠନ, ବିଭିନ୍ନ ସାମାଜିକ ସଙ୍ଗଠନ, ପୋଲିସ କର୍ମଚାରୀ ମାନଙ୍କ ଉପସ୍ଥିତିରେ ସେ ଆଇନ ବିଷୟରେ ଆଲୋକପାତ କରିଥିଲେ । ଏହି ନିୟମ ଅନୁଯାୟୀ ଲୋକଙ୍କୁ ମିଳିବ ଆଶ୍ୱସ୍ତି । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ହେଉଛି ସ୍ଵାଧୀନ ଭାରତର ନିଜସ୍ଵ ଆଇନ । ପ୍ରଥମଟି ହେଲା ତଦନ୍ତ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିବ, ଦ୍ୱିତୀୟଟି ହେଲା ବିଭିନ୍ନ ମାମଲାରେ ସମାଧାନ ପାଇଁ ସମୟ ନିର୍ଦ୍ଧାରଣ କରିବା । ସେହିପରି ମାମଲାର ତଦନ୍ତ ପ୍ରକ୍ରିୟାକୁ ରେକର୍ଡିଂ କରିବା ବ୍ୟବସ୍ଥା ଫଳରେ ତଦନ୍ତ ପ୍ରକ୍ରିୟା ପ୍ରଭାବୀ ହେବ, ଛୋଟ ଅପରାଧ ସ୍ୱୀକାର କରିବା କ୍ଷେତ୍ରରେ ଦୋଷୀଙ୍କ ଜେଲ ଦଣ୍ଡାଦେଶ ହ୍ରାସ କରିବା ଲାଗି ବ୍ୟବସ୍ଥା ହୋଇଛି, ମହିଳାଙ୍କୁ କାର୍ଯ୍ୟ କରିବା କ୍ଷେତ୍ରରେ ଯୌନ ନିର୍ଯ୍ୟାତନା, ଶିଶୁ ଓ ମହିଳା ଚାଲାଣ, ଆତଙ୍କବାଦ, ହିଂସା, ଏସିଡ ଆକ୍ରମଣ, ସାଇବର ଅପରାଧ, ବାଲି ମାଫିଆ, ପଥର ମାଫିଆ ଭଳି ସଂଗଠିତ ଅପରାଧ ଓ ଛିନତାଇ ବିରୋଧରେ ଆଇନକୁ କଠୋର କରାଯାଇଛି । ଜିରୋ ଏଫ୍‌ଆଇଆର୍‌ ବ୍ୟବସ୍ଥା ଦ୍ୱାରା ଯେକୌଣସି ଥାନାରେ ମାମଲା ରୁଜୁ କରାଯାଇ ପାରିବ ।

Leave A Reply

Your email address will not be published.