oum

ନୂତନ ଭାରତର ନୂତନ ଆଇନ ସମ୍ପର୍କରେ ଆମ ପୁଲିସର ସଚେତନତା କାର୍ଯ୍ୟକ୍ରମ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ଆମ ପୁଲିସ ପକ୍ଷରୁ ନୂତନ ଭାରତର ନୂତନ ଆଇନ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ସାଇପ୍ରଭା ରାଉତଙ୍କ ଆବାହକତ୍ଵରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଡିଏସ୍‌ପି ପୁଷ୍ପାଞ୍ଜଳି ନେଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ୩ ଗୋଟି ଆଇନ ଲାଗୁ ହେବା ଦ୍ୱାରା ନାଗରିକଙ୍କୁ ଏହାର ସହାୟକ ନେଇ ସେ ସଚେତନ କରାଇଥିଲେ । ଆଇନ ଗୁଡିକ ମଧ୍ୟରେ ୧୮୬୦ ଭାରତୀୟ ଦଣ୍ଡ ସଂହିତାକୁ ୨୦୨୩ ଭାରତୀୟ ନ୍ୟାୟ ସଂହିତା ହୋଇଛି । ସେହିପରି ୧୯୭୩ କୋର୍ଟ ଅଫ୍ କ୍ରିମିନାଲ ପ୍ରୋସିଡିଙ୍ଗ୍‌କୁ ୨୦୨୩ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ୧୮୭୨ ଭାରତୀୟ ସାକ୍ଷ୍ୟ ଆଇନକୁ ଭାରତୀୟ ସାକ୍ଷ୍ୟ ଅଧିନିୟମ କରାଯାଇଛି । ଏହା ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା, ସୁରକ୍ଷା, କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଥାନା ପ୍ରଭାରୀ ଶ୍ରୀମତୀ ରାଉତ ପ୍ରାରମ୍ଭିକ ସୂଚନା ଓ ବୈଠକର ଆଭିମୁଖ୍ୟ ତଥା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଣେଶ ଜୟସିଂହ, ନିହାର ରଞ୍ଜନ ଦାସ, ଶ୍ୟାମସୁନ୍ଦର ସ୍ୱାଇଁ, ସନ୍ତୋଷ କୁମାର ସ୍ୱାଇଁ, ସୁଜିତ୍ କୁମାର ସ୍ୱାଇଁ, ମନୋଜ ସାହୁ, ସୁଶାନ୍ତ ସ୍ୱାଇଁ, ରାଜୁ ଚୌଧୁରୀ, ଏମ୍. ଡି. ନୌସାଦ୍, ସୁନିଲ କୁମାର ଜେନା, ବାସୁଦେବ ସ୍ୱାଇଁ, କୁଞ୍ଜବିହାରୀ ରାଉତ, ସ୍ନେହଲତା ମିଶ୍ର, ସୁରେଶ କୁଜୁର, ଶ୍ୟାମସୁନ୍ଦର ଜୟପୁରିଆ,ଏସ୍‌କେ ପଣ୍ଡା, ସୁବାସ ଗୁପ୍ତା, ସନ୍ତୋଷ କୁମାର ରାଉତ, ସଞ୍ଜୀବ ନାୟକ ଓ ଥାନା ପକ୍ଷରୁ ଏସ୍‌ଆଇ ଅମ୍ବିକା ମାରାଣ୍ଡି,ଏଏସ୍‌ଆଇ ଆର୍. ଏନ୍. ଦାସ, ଶକୁନ୍ତଳା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.