oum

ଭିନ୍ନକ୍ଷମ ମାନଙ୍କ ଉପରେ ଗୋଷ୍ଠୀ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ଶ୍ରଦ୍ଧା ଆନୁକୁଲ୍ୟରେ ଭିନ୍ନକ୍ଷମ ମାନଙ୍କ ଅଧିକାର ଉପରେ ବିଶ୍ରା ବ୍ଲକର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗୋଷ୍ଠୀ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ଶ୍ରଦ୍ଧାର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଚାଟାର୍ଜୀ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ଓ ଶ୍ରଦ୍ଧା ଦ୍ଵାରା ପରିଚାଳିତ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଉପରେ ବିଶେଷ ବିବରଣୀ ରଖିଥିଲେ ଏବଂ ତୃଣମୂଳ ସ୍ତରରେ ଆପଣ ମାନେ ହିଁ, ସରପଞ୍ଚ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ଓ ଅନ୍ୟ ସମସ୍ତେ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ବୋଲି ଦର୍ଶାଇଥିଲେ । ଆପଣ ମାନଙ୍କର ଆନ୍ତରିକ ସହଯୋଗ ଆମର ଏକାନ୍ତ କାମ୍ୟ ବୋଲି ଅନୁରୋଧ କରିଥିଲେ । ସ୍ଵତନ୍ତ୍ର ଭାବେ ବ୍ଲକ ଅନ୍ତର୍ଗତ ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ସରପଞ୍ଚ, ଓ୍ଵାଡମେମ୍ବର ଓ ସ୍ଥାନୀୟ ଶିକ୍ଷକ ମାନଙ୍କ ପାଇଁ ଭିନ୍ନକ୍ଷମ ମାନଙ୍କ ଅଧିକାର ଉପରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏନ୍. ଆଇ. ଟି.ର ଆସୋସିଏଟ୍‌ ପ୍ରଫେସର ଡ. ରାମକୃଷ୍ଣ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏବେ ବି ଆମ ସମାଜରେ ଭିନ୍ନକ୍ଷମ ମାନଙ୍କର ଉନ୍ନତି ନିମନ୍ତେ ଅନେକ ପ୍ରକାରର ବାଧା ଉପୁଜୁଛି । ଏହା କେତେବେଳେ ପରିବାର ଠାରେ, କେତେବେଳେ ଆମ ସମାଜ ଭିତରେ ଆଉ କେତେବେଳେ ସରକାରଙ୍କ ନିକଟରେ । ଏହି ତିନୋଟି ଜାଗାରୁ ଏମାନଙ୍କର ସମସ୍ୟାର ସମାଧାନ ହୋଇପାରିଲେ ଭିନ୍ନକ୍ଷମ ମାନେ ପ୍ରକୃତରେ ସେମାନଙ୍କର ଅଧିକାର ପାଇଁଁ ପାରିବେ । ଅଭିଭାବକ ସଂଘର ଉପସଭାପତି ଗଗନ ବିହାରୀ ଧଳ ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବା ଲାଗି ଗୋଷ୍ଠୀ ବା ସମାଜର ବିଭିନ୍ନ ବର୍ଗର ଯଥା : ସରପଞ୍ଚ, ଓ୍ଵାଡମେମ୍ବର, ଅଙ୍ଗନୱାଡ଼ି, ଆଶାକର୍ମୀ ଓ ଶିକ୍ଷକ ଏବଂ ସବୁ ସମ୍ପ୍ରଦାୟର ଲୋକମାନଙ୍କର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଶ୍ରଦ୍ଧାର ସ୍ଵୟଂପ୍ରଭା ପାଣ୍ଡବ ଭିନ୍ନକ୍ଷମଙ୍କ ଆଇନ୍ ଓ ଅଧିକାର -୨୦୧୬ ସମ୍ପର୍କିତ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ସଂରକ୍ଷଣ, ପ୍ରକଳ୍ପ ଓ ସୁବିଧାସୁଯୋଗ ଉପରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ ଏବଂ ଅଂଶଗ୍ରହଣକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ପ୍ରାରମ୍ଭରେ ଶ୍ରଦ୍ଧାର ଶିକ୍ଷୟତ୍ରୀ ପ୍ରୀତି ବାରିକ୍ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବାବେଳେ ପ୍ରୋଗ୍ରାମ ମ୍ୟାନେଜର ଅମୃତ ଆଚାର୍ଯ୍ୟ ଓ ରିନୁଲତା ମହାରଣା ପ୍ରୋଗ୍ରାମର ଆଭିମୁଖ୍ୟ ଓ ବିଶ୍ରା ବ୍ଲକରେ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ଚାଲୁଥିବା ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସମ୍ବିତା ସ୍ୱାଇଁ ଭିନ୍ନକ୍ଷମଙ୍କ ପ୍ରକାର କାରଣ ଓ ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବ୍ଲକର ସନ୍ତୋଷପୁର, ଦରେଇକେଲା, ମନକୋ, ଉଡୁଶୁ, କପାଟମୁଣ୍ଡା ଏବଂ ବିଶ୍ରା ପଞ୍ଚାୟତର ସରପଞ୍ଚ, ଓ୍ଵାଡମେମ୍ବର, ଅଙ୍ଗନୱାଡ଼ି କର୍ମୀ ଆଶାକର୍ମୀ ଓ ଶିକ୍ଷକଙ୍କ ସମେତ ମୋଟ ୭୦ରୁ ଅଧବକ ଅଂଶ ଗ୍ରହଣ କରିଥିଲେ । ଶେଷରେ ପ୍ରକଳ୍ପର ପରିଚାଳକ ଅମୃତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.