oum

ଲୋଇସିଂହା କଲେଜରେ ରକ୍ତ ଶିକୁଳି ରକ୍ତହୀନତା ନିରାକରଣ ସଚେତନତା କାର୍ଯ୍ୟକ୍ରମ

jsm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା କଲେଜରେ ରକ୍ତ ଶିକୁଳି ରକ୍ତହୀନତା ନିରାକରଣ ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଡାକ୍ତରଖାନାର ଡ. ସଞ୍ଜୀବ ବିଶ୍ଵାଳ ଯୋଗଦେଇ ରକ୍ତ ଶିକୁଳି ରୋଗର କାରଣ, ନିରାକରଣ ଓ ସଚେତନତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅର୍ଥନୀତି ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସନ୍ତୋଷ କୁମାର ମେହେର ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରିପନ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ / ଅଧ୍ୟାପିକାଙ୍କ ସମେତ ସ୍ୱେଚ୍ଛାସେବୀ ତଥା ଏନ୍‌ଏସ୍‌ଏସ୍‌ ଓ ଏନ୍‌ସିସି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.