ଚକୁଳିଆ ପଣ୍ଡା ମାଧ୍ୟମରେ କରୋନା ଓ ଡେଙ୍ଗୁ ସଚେତନତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱମହାମାରୀ କରୋନା ଭୂତାଣୁ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରୀରେ ବହୁ ଧନଜୀବନ କ୍ଷୟକ୍ଷତି କରିଥିବା ବେଳେ ଲୋକଙ୍କ ଜୀବନ ଜୀବିକା ବିକାଶ ଧାରରେ ଘୋର ବ୍ୟାଘତ ସୃଷ୍ଟି କରିଛି । କରୋନାର ତୃତୀୟ ଲହରୀ ଓ ଡେଙ୍ଗୁର ଭୟାବହତାକୁ ପ୍ରତିହତ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନେଇ ଡେଲାଙ୍ଗ ବ୍ଲକ ମୁନିନ୍ଦା ପଞ୍ଚାୟତର ସମସ୍ତ ଗାଁ କଲ୍ୟାଣ ସମିତି ମିଳିତ ଆନୁକୁଲ୍ୟରେ ଚକୁଳିପଣ୍ଡା ମାଧ୍ୟମରେ କରୋନା ଓ ଡେଙ୍ଗୁ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମୁନିନ୍ଦା ପଞ୍ଚାୟତର ଡାକପଡା, ଶଙ୍ଖପାଟ, ମହନପୁର, ଅଳଉତା, ବଡମୁନିନ୍ଦା, ସାନ ମୁନିନ୍ଦା, ଚାନ୍ଦଳ, ବେଲପଡା, ବରକେରା, ସେବତୀପୁର ଆଦି ଗ୍ରାମ ଗୁଡିକରେ ଚକୁଳିଆ ପଣ୍ଡାମାନେ ଗାଁକୁ ଗାଁ ବୁଲି କରୋନା, ଡେଙ୍ଗୁ, ମେଲରିଆ, ଡାଇରିଆ ଆଦି ରୋଗ ସମ୍ପର୍କରେ ସଚେତନତା କରିବା ଏହାର ପ୍ରତିକାର, ନିରାକରଣ, ପ୍ରତିଶେଧକ, ପ୍ରତିରୋଧକ ଉପରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ସଚେତନତା ଅଭିଯାନକୁ ଡେଲାଙ୍ଗ ବ୍ଲକ ସିଡିପିଓ ହାରାମଣି ନାୟକ, ସୁପରଭାଜର ସଂଘମିତ୍ରା ବେହେରା, ସ୍ୱାସ୍ଥ୍ୟକର୍ମୀ ରବିନାରାୟଣ ସାହୁ, ଅଙ୍ଗନାଓାଡି କର୍ମୀ ଆଶାମଣୀ ରାଉତରାୟ, ସଚଳା ପରିଡା, ସତ୍ୟଭାମା ପରିଡା, ବିନୋଦିନୀ ପ୍ରଧାନ, ସ୍ୱାଗତିକା ପ୍ରଧାନ, ବିଯୁକ୍ତା ଦଳାଇ ପମୁଖ ପରିଚାଳନା କରିଥିଲେ । ଏଥିରେ ସାମାଜିକ କର୍ମୀ ପଦ୍ମନାଭ ଖଟେଇ, ଶୁଭେନ୍ଦୁ ମହାରଣା, ନିକିତା ସେଠୀ ପ୍ରମୁଖ ଚକୁଳିଆ ପଣ୍ଡାମାନଙ୍କ ଏହି ଲୋକପ୍ରିୟ ସଚେତନତା ପାଇଁ ବିଭିନ୍ନ ଗ୍ରାମରେ ଜନସାଧ।।ରଣ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.