ବକବାହାଲ ବିଦ୍ୟାଳୟରେ ଫାଇଲେରିଆ ନିରାକରଣ ସଚେତନତା ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଞ୍ଚଳରେ ଫାଇଲେରିଆ ରୋଗକୁ ସମୂଳେ ନାଶ କରିବାକୁ ସରକାରଙ୍କ ତରଫରୁ ଚଳିତ ମାସ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ଚାଲିଛି । ଏହି ପରିପ୍ରେକ୍ଷୀରେ ତୁରେକେଲା କ୍ଲଷ୍ଟର ଅନ୍ତର୍ଗତ ବକବାହାଲ ପ୍ରାଥମିକ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଚେତନତା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁନି ସାହୁ, ଅଙ୍ଗନୱାଡ଼ି କର୍ମୀ ଦିବାନୀ ରଣା ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଶ୍ରୀ ଦାଶ ଫାଇଲେରିଆ ଓ କୃମି ଉପରେ ସଚେତନ କରାଇଥିଲେ । ଅଙ୍ଗନୱାଡ଼ି କର୍ମୀ ବୟସ, ଉଚ୍ଚତାକୁ ନେଇ କିଏ କେତୋଟି ବଟିକା ଖାଇବେ ତାହାରି ଉପରେ ଛାତ୍ରଛାତ୍ରୀ, ଅଭିଭାବକ ଓ କମିଟି ସଭ୍ୟ, ସଭ୍ୟାମାନଙ୍କୁ ବୁଝାଇଥିଲେ । ତାପରେ ଯେଉଁମାନେ ଔଷଧ ଖାଇନଥିଲେ ସେମାନଙ୍କୁ ଖାଇବାକୁ ଦେଲେ । ପରିଶେଷରେ ଗାଁରେ ଯେପରି କେହି ଔଷଧ ନଖାଇ ରହିନଯାନ୍ତି ସେଥପ୍ରତି ସମସ୍ତେ ଦୃଷ୍ଟି ଦେବାକୁ କୁହାଯାଇଥିଲା ।

Leave A Reply

Your email address will not be published.