oom

ଦୁର୍ନୀତି ନିବାରଣ ଓ ଋତୁଶ୍ରାବ ଜନିତ ପରିଚ୍ଛନ୍ନତା ଉପରେ ସଚେତନତା ଶିବିର

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ଏବଂ ଋତୁଶ୍ରାବ ଜନିତ ପରିଚ୍ଛନ୍ନତା ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ଏବଂ ଋତୁଶ୍ରାବ ଜନିତ ପରିଚ୍ଛନ୍ନତା ସଚେତନତା ଶିବିର ମହାବିଦ୍ୟାଳୟର ଏନ୍‌.ଏସ୍‌.ଏସ୍‌. ଏବଂ ୟୁଥ୍ ରେଡ୍‌କ୍ରସ୍‌ର ଆନୁକୂଲ୍ୟରେ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଗତ ୧୦ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ଟାଟା ପାୱାର ଦକ୍ଷିଣ ଓଡିଶା ବିତରଣ ନିଗମର ଦୁର୍ନୀତି ନିବାରଣ ଅଧିକାରୀ ପ୍ରଦୀପ କୁମାର ପଟ୍ଟନାୟକ ଯୋଗଦେଇ ଦୁର୍ନୀତି ନିବାରଣ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇ ଥିଲେ । ଋତୁଶ୍ରାବ ଜନିତ ପରିଚ୍ଛନ୍ନତା ସଚେତନତା ଶିବିରକୁ ଡ. ପିଙ୍କି ରାଣୀ ଦେଇ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ରାଜବାଳା ତ୍ରିପାଠୀ ନିଜର ବକ୍ତବ୍ୟ ପ୍ରଦାନ କରି ଋତୁଶ୍ରାବ ଜନିତ ପରିଚ୍ଛନ୍ନତା ଓ ଏହାର ଆବଶ୍ୟକତା ସମ୍ବନ୍ଧରେ ଛାତ୍ରୀମାନଙ୍କୁ ବୁଝାଇ କହିଥିଲେ । କାର୍ଯ୍ୟକ୍ରମ ଗୁଡିକରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କୁ ସରକାରଙ୍କ ଖୁସି କାର୍ଯ୍ୟକ୍ରମ ତରଫରୁ ମିଳୁଥିବା ସାନିଟାରୀ ନାପକିନ ପ୍ରଦାନ କରାଯାଇଥିଲା । ଡ. ଅଜୟ କୁମାର ତ୍ରିପାଠୀ, ଡ. ଲକ୍ଷ୍ମୀନାରାୟଣ ସାହୁ, ଡ. ରଘୁନାଥ ସାହୁ, ଡ. ସୁଜାତା ମଲ୍ଲିକ, ମନୋରଞ୍ଜନ ମହାରଣା, ଡ. ମିଲିମିତା ପାଢ଼ୀ, ଡ. ମାନସ କୁମାର ତ୍ରିପାଠୀ, ଡ. ଆରତୀ କୁମାରୀ ପଣ୍ଡା, ଡ. ଶାନ୍ତିଲତା ବେହେରା, ଶ୍ରୀମତୀ ଦୁର୍ଗାବାଳା ଟୁଡୁ, ରଂଜିତା ରାଣୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାର ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.