oom

ନୃସିଂହନାଥ ପୀଠରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବନାଞ୍ଚଳ ତରଫରୁ ନୃସିଂହନାଥଠାରେ ହେଉଥିବା ବଣଭୋଜି ସ୍ଥଳରେ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ, ମାଉଣ୍ଟ ଏକ୍ସପ୍ଲୋର୍, ଗନ୍ଧମାର୍ଦ୍ଦନ ବନୌଷଧି ଓ ପାଇକମାଲ ବନାଞ୍ଚଳର ସକ୍ରିୟ ସହଯୋଗରେ ଏକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ସହ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଚ୍ଛାୟତଙ୍କ ସଭାପତିତ୍ୱରେ ଓ ଗନ୍ଧମାର୍ଦ୍ଦନ ବନୌଷଧି ସମ୍ପାଦକ ପ୍ରକୃତି ବନ୍ଧୁ ବିଭୂତିଭୂଷଣ ମୁଣ୍ଡଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମୁଖ୍ୟ ଅତିଥି, ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ସମ୍ପାଦକ ପ୍ରକୃତି ବନ୍ଧୁ ମୀନକେତନ ସାହୁ ମୁଖ୍ୟ ବକ୍ତା, ପ୍ରକୃତି ବନ୍ଧୁ ବଡ଼ ଶତପଥି, ଭୁବନେଶ୍ୱର ପ୍ରଧାନ, ଶୋଭାଚନ୍ଦ୍ର ପ୍ରଧାନ, ନୀଳକଣ୍ଠ ସା, ନନ୍ଦଲାଲ ନାଏକ, ଆଶୀର୍ବାଦ ମହାପାତ୍ର, ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକର ବ୍ୟବହାର ଓ ଏହାର ପରିବେଶ ଉପରେ କୁପ୍ରଭାବ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏକ ଶୋଭାଯାତ୍ରା ବନବିଭାଗ ଅଫିସରୁ ନୃସିଂହନାଥ ମନ୍ଦିର ପର୍ଯ୍ୟନ୍ତ ପ୍ଲାଷ୍ଟିକ ମୁକ୍ତ ସ୍ଲୋଗାନ ସହ ପରିକ୍ରମା କରିଥିଲା । ଅଂଶଗ୍ରହଣ କରିଥିବା ସମସ୍ତେ ୫ଟି ଦଳରେ ବିଭକ୍ତ ହୋଇ ବଣଭୋଜି ସ୍ଥଳରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହ ବଣଭୋଜି ପାଇଁ ଆସିଥିବା ଶତାଧିକ ଗୋଷ୍ଠୀଙ୍କୁ ପ୍ଲାଷ୍ଟିକ ମୁକ୍ତ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ପାଇକମାଲର ହାଇସ୍କୁଲ ସ୍ତରୀୟ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବନାଞ୍ଚଳ ଅଧିକାରୀ ନୃସିଂହନାଥ ରାଜେନ୍ଦ୍ର କୁମାର ଭୋଇ, ବନାଞ୍ଚଳ ଅଧିକାରୀ ପାଇକମାଳ ହୃଦାନନ୍ଦ ମିଶ୍ର, ଫରେଷ୍ଟର ଉଦ୍ଧବ ପ୍ରଧାନ, ରମେଶ ପ୍ରଧାନ, ରଜନୀକାନ୍ତ ବଢେଇ, ଆରତୀ ନେଗୀ, ଗିରିରାଜ କୁମ୍ଭାର, ଫରେଷ୍ଟ ଗାର୍ଡ ବସନ୍ତ ବାଗ, ଦୋଳ ଗୋବିନ୍ଦ ବରିହା, ସୌଦାମିନୀ ବରିହା, ସଙ୍ଗୀତା ଭାଗତ, ପ୍ରତିମା ସୁନା, ପ୍ରୀୟବତି ବେହେରା, ଯୋଗେଶ ଭୁଏ, ତୁଲାରାମ ବାର୍ଲା, ସିମା ଭୋଇ, ଦୀପକ ନାଏକ, ସାମାଜିକ କର୍ମୀ ଲକ୍ଷ୍ମୀ ନାରାୟଣ ବନଛୋର, ଗୁଲଠୁ ମିନ, ରମଣୀ ରଂଜନ ସାହୁ, କନ୍ଦର୍ପ ପ୍ରଧାନ, ନିରୋଜ ପଟେଲ ଓ ଫରେଷ୍ଟ ସ୍କ୍ୱାର୍ଡ, ଏଲିଫେଣ୍ଟ ସ୍କ୍ୱାର୍ଡର ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.