ଟିଟିଲାଗଡ ଉପନିର୍ବାଚନ ଶାଖାରେ ଇଭିଏମ୍‌ ଭିଭିପ୍ୟାଟ ସଚେତନତା ଅଭିଯାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଭୋଟରମାନଙ୍କୁ ଇଭିଏମ୍‌ରେ କିପରି ନିର୍ଭୁଲ ଭାବରେ ଭୋଟ ଦିଆଯାଏ ସେ ବିଷୟରେ ସଚେତନ କରାଇବା ପାଇଁ ଜାନୁଆରୀ ଓ ଫେବୃଆରୀ ମାସରେ ଇଭିଏମ୍‌ ସଚେତନତାର ବ୍ୟବସ୍ଥା କରାଯାଇଛି । ସମସ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୁଡିକରେ ଇଭିଏମ୍‌ ପ୍ରଦର୍ଶନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଉପନିର୍ବାଚନ ଶାଖାରେ ଉପଜିଲ୍ଲାପାଳ ଦୟାମୟ ପାଢୀ ଫିତା କାଟି ଇଭିଏମ୍‌ ପ୍ରଦର୍ଶନର ଉଦ୍‌ଘାଟନ କରିଛନ୍ତି । ସେହିପରି ବୁଥସ୍ତରୀୟ ସଚେତନତା ପାଇଁ ମୋବାଇଲ ସଚେତନତା ରଥର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ନେତା, ସହକାରୀ ଜିଲ୍ଲାପାଳ ଚନ୍ଦ୍ର ପ୍ରସାଦ ଦେହୁରୀ, ନିର୍ବାଚନ ଶାଖାର ଦେବେନ୍ଦ୍ର ନାୟକ, ଦୟାନନ୍ଦ ମହାପାତ୍ର, ଡେପୁଟି କଲେକ୍ଟର ଅଭିନାସ ଲାକ୍ରା ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.