jayashree

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ମଧୁମେହ ରୋକିବାକୁ ସଚେତନତା ପାଇଁ ସାଇକେଲ ରାଲି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଶ୍ୱରେ ଦିନକୁ ଦିନ ମଧୁମେହ ରୋଗ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତ ଦେଶମାନଙ୍କ ମଧ୍ୟରେ ଭାରତରେ ଏହି ରୋଗୀ ସଂଖ୍ୟା ଅଧିକ । ଦିନକୁ ଦିନ ଏହି ମଧୁମେହ ବ୍ୟାପିବାରେ ଲାଗିଛି । ମଣିଷକୁ ମଧୁମେହ ଆକ୍ରାନ୍ତ ହେଲା ପରେ ସେ ତାର ଖାଇବା ପିଇବାଠାରୁ ନେଇ ଦୈନିକ ଜୀବନଚର୍ଯ୍ୟା ବଦଳାଇବାକୁ ପଡ଼ିଥାଏ । ସବୁଠୁ ବଡ଼ କଷ୍ଟ ହେଉଛି ନିଜ ପସନ୍ଦ ମୁତାବକ ଖାଦ୍ୟ ଖାଇ ନପାରିବ । ସନ୍ତୁଳନ ରକ୍ଷା ସହ ନିୟମିତ ବ୍ୟାୟାମ କରିବା ଜରୁରୀ ହୋଇପଡେ । ଆଗ ଭଳିଆ ଫୁର୍ତ୍ତି ନ ରହୁଥିବା ଦେଖିବାକୁ ମିଳେ । ତେଣୁ ବେଳ ଥାଉ ଥାଉ ସାବଧାନ ହୋଇ ନିଜକୁ ସୁସ୍ଥ ରଖିଲେ କିପରି ଏହି ରୋଗକୁ ରୋକାଯାଇ ପାରିବ ସେନେଇ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ରବିବାର ସକାଳୁ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରୁ ଲୋକଙ୍କୁ ସଚେତନ କରାଇବା ପାଇଁ ଏକ ସାଇକେଲ ରାଲି ବାହାରି ଥିଲା । ଏଥିରେ ବିଭିନ୍ନ ସ୍କୁଲ କଲେଜ ବୁଦ୍ଧିଜୀବୀମାନେ ଆସି ଏହି ରାଲିରେ ଭାଗ ନେଇ ସହର ପରିକ୍ରମା କରିଥିଲେ । ତେବେ ଲୋକ ନିଜେ ସଚେତନ ହେଲେ ନିଜର ଶରୀର ସୁସ୍ଥ ରହିବ, ନିୟମିତ ବ୍ୟାୟାମ, ଖାଦ୍ୟପେୟରେ ସନ୍ତୁଳନ ରକ୍ଷା କଲେ ଏହି ମଧୁମେହକୁ ପ୍ରତିରୋଧ କରିବାରେ ସକ୍ଷମ ହୋଇପାରିବା ବୋଲି କ୍ଲବ ସଭାପତି ସନ୍ତୋଷ ମହାନ୍ତି ପ୍ରକାଶ କରିଛନ୍ତି । ଏହି ରାଲିରେ କ୍ଳବର ସମ୍ପାଦକ ଅଜିତ ଚାନ୍ଦ ପାତ୍ର, ରିଜିଓନାଲ ଚେୟାର ପର୍ସନ ଦୀପକ ପୃଷ୍ଟି, ବରିଷ୍ଠ ସଦସ୍ୟ ଈଶ୍ୱର ଜୈନ, କେ. ତ୍ରିନାଥ ରାଓଙ୍କ ସମେତ ବିଜୟ ଜୈନ, ଆନନ୍ଦ ଜୈନ, ପ୍ରଦୀପ ବାରିକ, ସାହିଲ ମେମନ, ଧିରଜ୍ ସାହୁ, ଲିଓ କ୍ଲବ ସଭାପତି ଏମ୍‌ଡି ରିହାନ, ଲିଓ ଅଙ୍କିତ ଗୁପ୍ତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.