ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଜେଆଇଟିଏମ୍ରେ ଓଡ଼ିଶାର ପଞ୍ଚମ ଶିଳ୍ପ ପ୍ରଦର୍ଶନ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଦୀପ ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ସେଞ୍ଚୁରିଅନର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଅଙ୍କିତା ଗଡତିଆ, ଶୀମତୀ ପୁନ୍ୟତୋୟା ବିଶ୍ଵାଳ, ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ଶୈଳଜା, ଅନ୍ୟ ସମ୍ମାନୀୟ ଅତିଥି ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଉଦ୍ଘାଟନୀ ଦିବସରେ ପାଞ୍ଚଜଣ ଅଭିଜ୍ଞ ବରିଷ୍ଠ ଶିଳ୍ପ ତାଲିମ ପ୍ରଦାନକାରୀ ଧାନ, ବେତ ଓ ବାଉଁଶ ଏବଂ ହାତ ତିଆରି ଦରିର ପ୍ରସ୍ତୁତି ପ୍ରଣାଳୀ ପ୍ରଦର୍ଶନ କରି ଏହି ହସ୍ତଶିଳ୍ପର ପ୍ରଚାର ପ୍ରସାର ପାଇଁ ଲୋକମାନଙ୍କୁ ସଚେତନ କରିଥିଲେ । ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ବହୁତ ଆଗ୍ରହର ସହ ଶିଖିଥିଲେ ଏବଂ ନିଜେ ବିଭିନ୍ନ ଜିନିଷ ତିଆରି କରିଥିଲେ ।