ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଜଗଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏକ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟ ନାରାୟଣ ଦାସ, ସ୍କୁଲ ସଭାପତି ଅଶୋକ କୁମାର କକ୍କର ଓ ସଚିବ ଗୋଦାବରୀଶ ଶତପଥି ଯୋଗ ଦେଇଥିଲେ । ରୋଟାରୀଆନ ଅଜିତ ମୋହନ ପୂଜାରୀ ଓ ଓଡ଼ିଶା ପୁଲିସର କ୍ରାଇମ୍ ବିଭାଗର ଇନ୍ସପେକ୍ଟର ଉମେଶ କୁମାର ବେହେରା ଛାତ୍ରଛାତ୍ରୀମାନଙ୍କୁ ନିଶା ଦ୍ରବ୍ୟର ସେବନ, ପ୍ରଭାବ ଓ ପରିଣାମ ବିଷୟରେ ସଚେତନ କରାଇଥିଲେ । ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟର ଉପସଭାପତି ପ୍ରଫେସର ଡାକ୍ତର ମିନତୀ ପଣ୍ଡା, ସଚିବ ଡାକ୍ତର ସଂଯୁକ୍ତା ପତି ଓ ରୋଟାରୀଆନ ଅନିତା ନାୟକ, ରୋଟାରୀଆନ ବସନ୍ତ କୁମାର ତନ୍ତି ଓ ରୋଟାରୀଆନ ଅଶୋକ ମିଶ୍ର ଉପସ୍ଥିତ ଥିଲେ । ଡ଼ଃ ମିନତୀ ପଣ୍ଡା ଓ ଡ଼ଃ ସଂଯୁକ୍ତା ପତି ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଦାସ କାର୍ଯ୍ୟକ୍ରମ ପରିଚାଳନା ଏବଂ ସଚିବ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । କାର୍ଯ୍ୟକ୍ରମକୁ ସମସ୍ତେ ଭୁୟସୀ ପ୍ରଶଂସା କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଏଭଳି କାର୍ଯ୍ୟକ୍ରମର ଉପାଦେୟତା ଖୁବ ଗୁରୁତ୍ୱପୂର୍ଣ ବୋଲି ସମସ୍ତେ ଅନୁଭବ କରିଥିଲେ ।