ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ପୋଲିସ ଜିଲ୍ଲାର ମୁଖ୍ୟାଳୟ ଛତ୍ରପୁରଠାରେ ବିଦ୍ୟାର୍ଥୀଙ୍କୁ ନେଇ ସାଇବର କ୍ରାଇମ ଅପରାଧ ନିରୋଧ ସମ୍ପର୍କିତ ଏକ ସଚେତନତାର ଶେଷ ରାଲି ବାହାରିଥିଲା । ସାଇବର କ୍ରାଇମ ରୋକିବା ନିମନ୍ତେ ଶନିବାର ଅନୁଷ୍ଠିତ ଏହି ସଚେତନତା ରାଲିରେ ଛତ୍ରପୁରର ପ୍ରତିଭା ଆବାସିକ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ଅଂଶଗ୍ରହଣ କରିଥିଲେ । ଏହି ସଚେତନତା ରାଲିର ଶେଷ ରଜନୀରେ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଛତ୍ରପୁର ଲୱେର ବସଷ୍ଟାଣ୍ଡ ଠାରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ବାହାରିଥିବା ରାଲିର ପରିସମାପ୍ତି ହୋଇଥିଲା । ଗଞ୍ଜାମ ପୋଲିସ ପ୍ରଶାସନର ବହୁ ଅଧିକାରୀଗଣ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।