oom

ନିଜଠୁ ଆରମ୍ଭ ହେଉ ମାନସିକ ସ୍ୱାସ୍ଥ୍ୟ ସଚେତନତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ ସଭା ଗୃହ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଅଧ୍ୟକ୍ଷତାରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇଛି । ଅନ୍ୟ ଅତିଥି ଭାବେ ବିବିଏମସିଏଚ ସୁପେରିଟେଣ୍ଡେଣ୍ଟ, ଡାକ୍ତର ପ୍ରଫେସର ମାନସୀ ପଣ୍ଡା, ଅତିରିକ୍ତ ନିର୍ଦେଶକ ଡାକ୍ତର ସୁଶାନ୍ତ ସ୍ଵାଇଁ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦିବ୍ୟକିଶୋର ପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସେକ୍ରେଟେରି ବିନୟ କୁମାର ପାତ୍ର, ମାନସିକ ରୋଗ ବିଭାଗ ମୁଖ୍ୟ ଡାକ୍ତର ଆଶ୍ରିବାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ଵରେ ଜନସଂଖ୍ୟାର ପ୍ରାୟତଃ ଦଶ ପ୍ରତିଶତ ଲୋକ ମାନସିକ ରୋଗରେ ପୀଡିତ । ତନ୍ମଧରୁ ଏକ ପ୍ରତିଶତ ଏହି ରୋଗ ରେ ଗୁରୁତର ପୀଡିତ । ଏହା ପରେ ବି ସାମାଜିକ ଡର, ବାସନ୍ଦ ହେବ ଭୟରେ ପ୍ରକାଶ ନ କରିବା, ରୋଗ ପ୍ରତିରୋଧ ପାଇଁ କୌଣସି ପଦକ୍ଷେପ ନ ନେବା ଆଦି ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାଭିତ କରେ । ତେବେ ଏବେ ମାନସିକ ସ୍ୱାସ୍ଥ୍ୟ ସଚେତନତା ପାଇଁ ଗଭୀର ଚିନ୍ତନ କରିବାର ସମୟ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ବର୍ତମାନ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠୁ ଆରମ୍ଭ କରି ସମସ୍ତ ମେଡିକାଲରେ ଏହାର ମାଗଣା ପରୀକ୍ଷା ଏବଂ ଔଷଧ ଦିଆଯାଉଛି । ସରକାର ଏହି ସେବାକୁ ଏବେ ଘରେ ଘରେ ପହଞ୍ଚାଉଛନ୍ତି ଟେଲିମାନସ ନାମରେ ଏକ ଦେୟମୁକ୍ତ ନମ୍ବର ଜାରିକରିଛନ୍ତି । ଜଣେ ୧୪୪୧୬ କୁ ଫୋନ କରି ରୋଗ ବିଷୟରେ ସହାୟତା ନେଇପାରିବ । ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଉପଲକ୍ଷେ ବିତର୍କ ପ୍ରତିଯୋଗିତାରେ ପୃଥୀରାଜ ହାଇସ୍କୁଲର ସାଇ ଶ୍ରୀ ରାମ ମିଶ୍ର, ସୌମ୍ୟ ପଟ୍ଟନାୟକ, ହରେରାମ ମିଶ୍ର , ଭଗବତୀ କୌଶଲ୍ୟା ନର୍ସିଙ୍ଗ ସ୍କୁଲର ହିମାଂଶୁ ଶେଖର ବାଗ, ତନମୟୀ ବେହେରା, ସଞ୍ଜନା ମିଶ୍ର ଏବଂ ଏ.ଏନ.ଏମ ପ୍ରଶିକ୍ଷଣ ସଂସ୍ଥାନର ଅବନୀ ପଧାନ, ସୁକନ୍ୟା ନନ୍ଦ, ସୁଶ୍ରୀ ପୁର୍ଣ୍ଣବାସୀ ସୁନା ପୁରସ୍କୃତ ହେଇଥିଲେ । ସକାଳେ ଜିଲ୍ଲା ମୁଖ୍ୟ ମେଡିକାଲରୁ ଏକ ରାଲି ସହର ଅତିକ୍ରମ କରି ମାନସିକ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ବାଣ୍ଟିଥିଲା । ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପରିଚାଳନା ଅଧିକାରୀ ଡାକ୍ତର ସୁଖୀଶ୍ୟାମ ତ୍ରିପାଠୀ ସ୍ଵାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଆଶାକର୍ମୀଙ୍କ ସହ ମେଡିକାଲର କାର୍ୟ୍ୟକର୍ତ୍ତା ସାମିଲ ଥିଲେ ।

jittmm
Leave A Reply

Your email address will not be published.