centurian jitm

ବସ୍ତି ଅଞ୍ଚଳରେ ଡେଙ୍ଗୁ ଓ ଚିକେନଗୁନିଆ ରୋଗ ବାବଦରେ ଜନସାଧାରଣ ମଧ୍ୟରେ ସଚେତନତା ପାଇଁ ଅଣ୍ଟା ଭିଡ଼ିଲା ମାନବିକତା ପରିବାର

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ରେକର୍ଡ ଭାବେ ବୃଦ୍ଧି ପାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଡେଙ୍ଗୁ ଓ ଚିକେନଗୁନିଆ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ । ଚିକିତ୍ସା ନିମନ୍ତେ ସରକାରୀ ହସ୍ପିଟାଲ ସମେତ ପିଏଚ୍‌ସି ଓ ସିଏଚ୍‌ସିରେ ବ୍ୟବସ୍ଥା କରାଯାଇଛି । ମାତ୍ର ରୋଗ ଚିକିତ୍ସାଠାରୁ ରୋଗ ନହେବା ନେଇ ପ୍ରତିଷେଧକ ବ୍ୟବସ୍ଥା କଲେ ଏହି ରୋଗକୁ ନିୟନ୍ତ୍ରଣ କରିବା ଅଧିକ ସୁବିଧା ଓ ସହଜ । ତେଣୁ ଏଥିନିମନ୍ତେ ବ୍ୟାପକ ସଚେତନତା ଜରୁରୀ । ସରକାରୀ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଟିଭି, ରେଡ଼ିଓ, ସୋସିଆଲ ମିଡ଼ିଆରେ ପ୍ରଚାର ଓ ପ୍ରସାର ଜାରି ରହିଛି । ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଯାଇ ମାନବିକତା ପରିବାର ପକ୍ଷରୁ ଇସ୍ପାତ ସହର ମଧ୍ୟରେ ଓ ସଂଲଗ୍ନ ଗଢି ଉଠିଥିବା ବିଭିନ୍ନ ବସ୍ତିରେ ଡେଙ୍ଗୁ ଓ ଚିକେନଗୁନିଆ ରୋଗ କିପରି ନ ବ୍ୟାପିବ ସେ ନେଇ ବାଜା ବଜାଇ ସଚେତନ ଶୋଭାଯାତ୍ରା ସହ ଘରକୁ ଘର ଯାଇ ଲୋକଙ୍କୁ ବୁଝାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଆଜି ଆନୁଷ୍ଠାନିକ ଭାବେ ମାନବିକତା ପରିବାରର ଅଧ୍ୟକ୍ଷ ପ୍ରଶାନ୍ତ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଂଯୋଜକ ସରୋଜ ନାୟକଙ୍କ ନେତୃତ୍ତତ୍ୱରେ ଏହି କାର୍ଯ୍ୟକ୍ରମ ସେକ୍ଟର-୭ ମୁଣ୍ଡାରୀ ବସ୍ତିରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବ ଓ ମହିଳାମାନେ ସ୍ୱତଃ ପ୍ରବୃତ୍ତ ଯୋଗ ଦେଇଥିଲେ । ଘରେ ସ୍ୱଚ୍ଛତା ବଜାୟ ରଖିବା ସହ ଆଖପାଖ ପରିବେଶ ସ୍ବଛତା ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରାଯିବା ସହ ପାଣି ଜମୁଥିଲେ ତାହା ନିଷ୍କାସନ ପାଇଁ ବ୍ୟାବସ୍ଥା କରିବା, କୁଲର, ମାଠିଆ ଓ ବିଭିନ୍ନ ପାତ୍ରର ପାଣି ଅଳ୍ପ ଦିନ ମଧ୍ୟରେ ବଦଳାଇବା, ପାଣି ଜମୁଥିବା ସ୍ଥାନରେ ବ୍ଲିଚିଂ ପାଉଡର ପକାଇବା, ଘରେ ମଶାରୀ ଟାଙ୍ଗୀ ଶୋଇବା, ଗାଈ ଗୋରୁ ଓ ଗୃହପାଳିତ ପଶୁଙ୍କ ନିକଟରେ ମଶା ଧୂଆଁ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମଟି ମୁଣ୍ଡାରୀ ବସ୍ତିରୁ ଆରମ୍ଭ ହୋଇ ସୁବାସପଲି ଓ ଭିଏସ୍‌ଏସ୍‌ ପଲ୍ଲୀ ସେକ୍ଟର ୬, ୭, ୮ ଅଞ୍ଚଳ ପରିଭ୍ରମଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନବିକତା ପରିବାରର ବାବୁ ମହାନ୍ତି, ବିଶ୍ୱ ରାଉତ, ରବି ରାୟ, ଲିଟୁ ମହାପାତ୍ର, ଦେବବ୍ରତ ନାୟକ, ପାର୍ଥ ନାୟକ, ଜିତେନ ମାଛଖଣ୍ଡ, କିଷାନ, ସୋନୁ ସିଂ ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.