jayashree

ଅଂଶୁଘାତ ପାଇଁ ଗାଁ ଗାଁ ବୁଲି ଲୋକଙ୍କୁ ଯୁବକ କରୁଛନ୍ତି ସଚେତନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମର ଯୁବକ ଆଶିଷ ଜ୍ୟୋତିଷ ଅଂଶୁଘାତ ରୋକିବା ପାଇଁ ପ୍ଲାକାର୍ଡ ଓ ଛତାଟିଏ ଧରି ଗ୍ରାମରେ ଅନେକ ସ୍ଥାନରେ ବୁଲି ବୁଲି ଲୋକଙ୍କୁ ସଚେତନ କରିଥିଲେ । କାନ୍ଥମାନଙ୍କରେ ପ୍ଲାକାର୍ଡ ମଧ୍ୟ ଲଗାଇଛନ୍ତି । ଖରାଟାଣ ହେବା ମାତ୍ରେ ଘରୁ ବାହାରିବା ଉଚିତ ନୁହେଁ । ନିହାତି ବାହାରକୁ ଯିବାର ହେଲେ ମୁଣ୍ଡରେ ଓଦା ଗାମୁଛା ପକାଇବା ଦରକାର । ଥଣ୍ଡା ପାଣି, ପିଇବା ଆବଶ୍ୟକ । ଏହି ପରି ଭାବରେ ଦେହକୁ ଶୀତଲ ରଖିଲେ ଅଂଶୁଘାତରୁ ରକ୍ଷା ପାଇଁ ପାରିବା । ଓଡ଼ିଶାକୁ ଅଂଶୁଘାତରୁ ରକ୍ଷା କରିବା ହେଲେ ଅବିଚାରିତ ଭାବରେ ହେଉଥିବା ଜଙ୍ଗଲ କଟାକୁ ବନ୍ଦ କରିବା ଉଚିତ୍ । ସହର, ନଗର ଓ ଗାଁ ଗହଳିରେ ବୃକ୍ଷରୋପଣ କରି ବୃକ୍ଷସଂଖ୍ୟା ବଢଆବା ଆବଶ୍ୟକ ବୋଲି ଜ୍ୟୋତିଷ କହିଛନ୍ତି ।

Leave A Reply

Your email address will not be published.