ମ. ରାମପୁର ବନାଞ୍ଚଳ ତରଫରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ସଚେତନ କାର୍ଯ୍ୟକ୍ରମ

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଉତ୍ତର ବନଖଣ୍ଡ ମ. ରାମପୁର ବନାଞ୍ଚଳର ଭାଟେଲ କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ରଠାରେ ଶୁକ୍ରବାର ଦିନ ବନ ସଂରକ୍ଷକ ଅସିତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏହି ଗ୍ରୀଷ୍ମରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ନର୍ଲା ବିଧାୟିକାଙ୍କ ପ୍ରତିନିଧି ସତ୍ୟ ସାହୁ, ବିଜେପି ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡା, ସେବାଜଗତର ସୁନିତା ତାଣ୍ଡି, ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା, ଉଦ୍ଧବ ପଣ୍ଡା, ନିରଞ୍ଜନ ମହାରଣା, ସମେତ ବିଭିନ୍ନ ବନ ସୁରକ୍ଷା ସମିତିର ସଭାପତି, ମହିଳା ଗୋଷ୍ଠୀ, ସ୍ୱେଛାସେବୀ ସମେତ ସମସ୍ତ ବନପାଳ, ବନରକ୍ଷୀ, ବନ କର୍ମଚାରୀ ଉପସ୍ଥିତ ରହି ଏହି ଗ୍ରୀଷ୍ମ ପ୍ରବାହରେ ଜଙ୍ଗଲ ନିଆଁକୁ କମ କରାଯିବ, ଏଥିପାଇଁ ବନ କର୍ମଚାରୀ ଏବଂ ଜନସଧାରଣଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା । ଦଳପତି ପ୍ରଦୀପ କୁମାର ସାହୁ ପରିଚାଳନା କରିଥିବାବେଳେ ମଦନପୁର ସେକ୍ସନ ବନପାଳ ସମ୍ପଦ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.