ନିଶା ଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମଦ ବିରୋଧରେ ସଚେତନ ସଭା

ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ସରକାରଙ୍କ ମାଦକ ଦ୍ରବ୍ୟକୁ ନେଇ ସମଗ୍ର ଓଡ଼ିଶାରେ ସ୍ଵତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଜୟପାଟଣା ପଞ୍ଚାୟତ ସମିତି ସଭା ଗୃହଠାରେ ତତ ସଂକ୍ରାନ୍ତୀୟ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଆୟୋଜିତ ସଚେତନ ସଭାରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ସ୍ୱର ଉଠିଥିଲା । ଆୟୋଜିତ ସଚେତନ ସଭାରେ ସମାଜସେବୀ ଶେଷ ଦେବ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରୂପ ଧର ପ୍ରଧାନ, ଅଧ୍ୟକ୍ଷତା କରିଥିଲେ ଅବକାରୀ ଉପ ନୀରିକ୍ଷକ ନରେନ୍ଦ୍ର ମିଞ୍ଜ, ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ସମାଜ ସେବୀ ତଥା ହୀରାପୁର ସରପଞ୍ଚ ପ୍ରତିନିଧି ପରୀକ୍ଷିତ ନାଏକ, ବରିଷ୍ଠ ସାମ୍ବାଦିକ ଅଶ୍ରଫ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ଜୀବିକା ମିଶନର ଦୀପ ଶିଖା ଦାସ, ତୃଷ୍ଣା ରାଣୀ ଦୁର୍ଗା, ଜୁଲି ଦୁର୍ଗା, କ୍ରିଷ୍ଣା କୁମାରୀ ବଗର୍ତ୍ତି, ହୀରା ପୁଝାରୀ, ଲକ୍ଷ୍ମୀ ମାଝୀ, ନଳିନୀ ନାଏକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.