ସବୁଜ ଡେଲାଙ୍ଗ ଟ୍ରଷ୍ଟର ବିଶ୍ୱ ଆଲ୍ ଜାଇମର୍ସ ଦିବସ ପାଳିତ

ଡେଲାଙ୍ଗ : (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣାଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଆଲ୍‌ ଜାଇମର୍ସ ଦିବସ ଗତକାଲି ପାଳନ କରାଯାଇଛି । ଏହି ରୋଗ ସ୍ମରଣଶକ୍ତି ହ୍ରାସ କରିବା ସହ ମଣିଷର ଚିନ୍ତାଶକ୍ତିକୁ ଏପରି ପ୍ରଭାବିତ କରିଥାଏ ଯେ, ରୋଗୀ ପରିଚିତ ଲୋକର ନାମ, ଘରଠିକଣା, ଫୋନ ନମ୍ବର ଆଦି ଭୂଲି ଯାଇଥାଏ । ବାୟୁ ପ୍ରଦୂଷଣ, ବ୍ୟସ୍ତତା, ଅସ୍ୱାସ୍ଥ୍ୟକର ପରିବେଶ ତଥା ଜୀବନଶୈଳୀ, ନିଃସଙ୍ଗତା, ମାତ୍ରାଧିକ ମଦ୍ୟପାନ ଠାରୁ ଦୂରେଇ ରହିଲେ ଏହି ରୋଗ ହୁଏ ନାହିଁ । ଏହି ସଚେତନତା ଅଭିଯାନର ବାର୍ତ୍ତା ନେଇ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢୀ ଡେଲାଙ୍ଗରୁ ପିପିଲି ପର୍ଯ୍ୟନ୍ତ ଯାତ୍ରାରମ୍ଭ କରି ପ୍ରକୃତି ସୁରକ୍ଷା ଓ ବାୟୁ ପ୍ରଦୂଷଣ ରୋକିବା ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ନିବେଦନ କରିଥିଲେ ।

Leave A Reply

Your email address will not be published.