କରୋନାର ଦ୍ୱିତୀୟ ଲହରୀରେ ସାବିତ୍ରୀ ନିରାଶ : ବ୍ୟବସାୟୀ ହତାଶ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାତି ପାହିଲେ ସାବିତ୍ରୀ ବ୍ରତ । ଏହି ଦିନକୁ ସବୁ ବିବାହିତା ମହିଳା ଅପେକ୍ଷାରେ ରହିଥାନ୍ତି । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ଦିନ ଉପବାସରେ ରହି ସାବିତ୍ରୀ ବ୍ରତ କରିଥାନ୍ତି । ତେବେ ଚଳିତ ବର୍ଷ କରୋନାର ଦ୍ଵିତୀୟ ଲହରୀ ଯୋଗୁଁ ସାବିତ୍ରୀ ମାନେ ନିରାଶ ହୋଇଥିବା ବେଳେ ବ୍ୟବସାୟୀ ମାନେ ହତାଶ ହୋଇ ଯାଇଛନ୍ତି । କାରଣ ଲକଡାଉନ ଓ ସଟଡାଉନ ଯୋଗୁଁ ଫିକା ପଡୁଛି ସାବିତ୍ରୀ ବ୍ରତ ଓ ଫଳ ବଜାର । କାରଣ ବଜାରରେ ପୂଜା କରିବା ପାଇଁ ଆବଶ୍ୟକ ଫଳ ମିଳୁନାହିଁ । ଆଉ ଯାହା ମିଳୁଛି ତାହା ମଧ୍ୟ ଅହେତୁକ ଦର । ତେଣୁ କିଣିବା ପାଇଁ ଲୋକେ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ସେପଟେ ଲକଡାଉନ ଯୋଗୁଁ ଦିନରେ କିଛି ଘଣ୍ଟା ଦୋକାନ ବଜାର ଖୋଲା ରହୁଥିବା ବେଳେ ଯାହା ବ୍ୟବସାୟ ହେଉଛି ତାହା ଆବଶ୍ୟକତା ଠାରୁ କମ ବୋଲି ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି । ଅନ୍ୟପଟେ ମହିଳା ମାନେ ନୂଆଁ ଶାଢୀ ପିନ୍ଧିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ବେଳେ ଦୋକାନ ବଜାର ବନ୍ଦ ଥିବା ଯୋଗୁଁ ସବୁ ଯାକ ଫିକା ପଡୁ ଥିବା ନେଇ ଅନେକ ଲୋକଙ୍କ ମଧ୍ୟରେ ଉତ୍ସ।ହିତ ମଧ୍ୟ ଦେଖିବାକୁ ମିଳୁନାହିଁ । କରୋନା ଯୋଗୁଁ ପର୍ବ ପର୍ବାଣୀ କରୋନା ମାଡ଼ ଖାଇଲାଣି । ତେବେ କରୋନା ମହାମାରୀ ଯୋଗୁଁ ମନରେ ସରାଗ ମଧ୍ୟ ନାହିଁ । ଶାଢ଼ୀ ଠାରୁ ଆରମ୍ଭ କରି ଫଳ ଦୋକାନୀ ସମସ୍ତଙ୍କ ମନରେ ଦୁଃଖ । ସାବିତ୍ରୀ ବ୍ରତ ପାଇଁ ଗୋଟିଏ ସପ୍ତାହ ପୂର୍ବରୁ ବିଭିନ୍ନ ଦ୍ରବ୍ୟ କିଣିବା ଆରମ୍ଭ ହୋଇଥାଏ ।ଅନେକ ସ୍ଥାନରେ ଗହଳି ମଧ୍ୟ ଦେଖିବାକୁ ମିଳିଥାଏ । ହେଲେ ଚଳିତ ବର୍ଷ ଆଦୌ ଭିଡ଼ ନାହିଁ ।

ସେମାନେ ଯାହା କହନ୍ତି :-
– ସରୋଜିନୀ ସାହୁ, ସଇଁନ୍ତଲା ଜିଲ୍ଲା ପରିଷଦ ସଭ୍ୟା

ନିଜର ସ୍ୱାମୀର ଦୀର୍ଘାୟୁ ପାଇଁ ସ୍ତ୍ରୀମାନେ ଏହି ସାବିତ୍ରୀ ବ୍ରତ ରୀତିନୀତି ଅନୁସାରେ ପାଳନ କରିଥାଏ । ହେଲେ ଚଳିତ ବର୍ଷ କରୋନା ଯୋଗୁଁ ସବୁ ଫିକା ପଡିଛି ।
– ସେବିକା ରାଜହଂସ, ଆଇନଜୀବୀ

ମନରେ ଅନେକ ଖୁସି ରହିଥିଲା ଚଳିତ ବର୍ଷ ଧୁମ ଧାମରେ ସାବିତ୍ରୀ ବ୍ରତ ପାଳନ କରିବୁ । ହେଲେ କରୋନା ମହାମାରୀ ଯୋଗୁଁ ମନରେ ଉତ୍ସାହିତ ନ ଥିବା ବେଳେ ଘରେ ବ୍ରାହ୍ମଣ ଡାକି ପୂଜା କରିବୁ ବୋଲି କହିଛନ୍ତି ।
– ଜୋଷ୍ଣାମୟୀ ନାଗ, ବଲାଙ୍ଗିର

ଏଇଟା ମୋର ୧୭ ବର୍ଷ ହେବ ସାବିତ୍ରୀ ବ୍ରତ । ବାପ ଘରରୁ କିଛି ସାମଗ୍ରୀ ଆସିଥାଏ ତ ଆଉ କିଛି ମୁଁ କିଣି କି ପୂଜା କରିଥାଏ । ହେଲେ କରୋନା ଯୋଗୁଁ ସବୁ ଫିକା ପଡିଛି । ସାମାଜିକ ଦୂରତା ପାଳନ କରି ରୀତିନୀତି ଅନୁସାରେ ବ୍ରତ କରିବୁ ବୋଲି କହିଛନ୍ତି ।

Leave A Reply

Your email address will not be published.