ତହଁକ ପକ୍ଷରୁ ଅନ୍‌ଲାଇନ୍‌ ମାଧ୍ୟମରେ ସାବିତ୍ରୀ ବ୍ରତ ଉପରେ ଆଲୋଚନା ଚକ୍ର ଓ କବିତା ଆସର

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ପୁରପଲ୍ଲୀରେ ପାଳନ ହୋଇଥିଲା ସାବିତ୍ରୀ ବ୍ରତ କରୋନା କଟକଣା ଯୋଗୁଁ କିଏ କିଏ ଘରେ ପାଲନ କରିଥିଲେ ତ ଆଉ କିଏ ମନ୍ଦିର ସମ୍ମୁଖରେ ପାଲନ କରିଥିବା ଜଣାପଡିଛି । ହେଲେ ଆଜି ନାରୀ ମାନଙ୍କୁ ନେଇ ତହଁକ ସାହିତ୍ୟ କୁଟୁମ ବଲାଙ୍ଗିର ପକ୍ଷରୁ ଅନଲାଇନ ମାଧ୍ୟମରେ “ନାରୀ ତମେ କେଡେ ମହାନ୍” ଶୀର୍ଷକ ଆଲୋଚନା ଚକ୍ର ଏବଂ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆଜି ଦିନରେ ନାରୀମାନଙ୍କ ଭୂମିକା, ନାରୀମାନେ କେତେ ସୁରକ୍ଷିତ ଏଭଳି ନାରୀ ମାନଙ୍କୁ ନେଇ ତହଁକ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶ୍ନ ପଚାର ଯାଇଥିଲା ଏବଂ ପରେପରେ କବିତା ପାଠ କରିଥିଲେ ନିମନ୍ତ୍ରିତ କବୟିତ୍ରୀମାନେ ବଲାଙ୍ଗୀରରୁ କବି ସବିତା ମହରା, କବିତା ମିଶ୍ର, ଆଲ୍ଲାଦିନୀ ପାଣିଗ୍ରାହୀ ଦାଶ ଏବଂ ନନ୍ଦିନୀ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ବରଗଡରୁ କବି ମାନିନୀ ମେହେର ଯୋଗଦେଇ ନିଜ ନିଜ ସ୍ଵରଚିତ କବିତା ପାଠ କରିଥିଲେ । କରୋନା କଟକଣା ଥିବା ପର୍ୟ୍ୟନ୍ତ ଏମିତି ଅନଲାଇନ ମାଧ୍ୟମରେ କବିତା ଆସର ଲାଇଭ୍ କାର୍ୟ୍ୟକ୍ରମ ଜାରି ରହିବ ବୋଲି କୁଟୁମ ପକ୍ଷରୁ ଘୋଷଣା କରାଯାଇଥିଲା । ସମସ୍ତ କାର୍ୟ୍ୟକ୍ରମକୁ ତହଁକର ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.