ଲୋଇସିଂହା ବ୍ଳକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲା ସଭାପତିଙ୍କ ବିୟୋଗରେ ଶୋକସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ଲୋଇସିଂହା ସ୍ଥାନୀୟ ଆଦିବାସୀ କଲ୍ୟାଣ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ‌ଲୋଇସିଂହା ବ୍ଳକ ଶାଖା ଏବଂ ଅଖିଳ ଭାରତୀୟ ଗୋଣ୍ଡୱ।ନାଁ ଗଣ୍ଡ ମହାସଭାର ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ବିଶିଷ୍ଟ ଆଦିବାସୀ ନେତା ତଥା ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର କାର୍ୟ୍ୟକାରୀ ସଭାପତି ଏବଂ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ରାଜ୍ୟ ଉପସଭାପତିଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବର୍ଷିୟାନ ଆଦିବାସୀ ନେତା ‌ସ୍ୱର୍ଗତ ସିଂ ଭୋଇ‌ଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣକରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ତା‌ଙ୍କ ଅମର ଆତ୍ମାର ସତଗତି କାମନା ନିମନ୍ତେ ପାଞ୍ଚ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । କାହ୍ନୁ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘର ଜିଲ୍ଲା ଉପସଭାପତି ତଥା ଗୋଣ୍ଡୱ।ନାଁ ଗଣ୍ଡ ମହାସଭାର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ ଯୋଗ ଦେଇ ପ୍ରକାଶ କରିଥିଲେ ଯେ ସ୍ଵର୍ଗତ ସିଂ ଭୋଇ ଓଡ଼ିଶାର ଆଦିବାସୀ ସମାଜର ଗର୍ବ ଓ ଗୌରବ ଥିଲେ ସେ ଆଦିବାସୀ ସମାଜର ପଥ ପ୍ରଦର୍ଶକ, ସମାଜ ସଂସ୍କାରକ, ଗରିବ, ଖଟିଖିଆ, ଅସହାୟ ମହିଳା ନିଃସହାୟ ଲୋକଙ୍କ ସେବାରେ ସମର୍ପିତ ଥିଲେ । ଅନ୍ୟାୟ ବିରୁଦ୍ଧରେ ଦୂର୍ବାର ଆନ୍ଦୋଳନ ଡ଼ାକରା ଦେଉଥିଲେ । ଜିଲ୍ଲା ତଥା ରାଜ୍ୟର ଆଦିବାସୀ କଲ୍ୟାଣ ପାଇଁ ସାଲିସ ବିହୀନ ସଂଗ୍ରାମର ନେତୃତ୍ୱ ନେଉଥିଲେ । ଶୁଲିଆ ସଂସ୍କୃତି ସୁରକ୍ଷା ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି । ନକଳି ଆଦିବାସୀ ସମସ୍ୟା, ଜୀବନ ଜୀବିକା ସୁରକ୍ଷା, ଆଦିବାସୀ ଧର୍ମ ଭାଷା, ସଂସ୍କୃତି ସଂରକ୍ଷଣ, ଆଦିବାସୀ ଦେବାଦେବୀ ପୀଠର ପୁନଃ ଉଦ୍ଧାର ପାଇଁ ତାଙ୍କ ନେତୃତ୍ଵରେ ବିଧାନସଭା ଘେରାଉ କରାଯାଇଥିଲା । ଅଗ୍ନିବର୍ଷିଭାଷଣ, ନିର୍ଭୟ ବ୍ୟକ୍ତିତ୍ଵ, କ୍ରାନ୍ତିକାରୀ, ବିପ୍ଲବୀ ଆଦିବାସୀ ନେତା ଥିଲେ । ସେ ଆଦିବାସୀ ସମାଜରେ ପ୍ରିୟ ଭାଜନ ହୋଇ ସୁଖ୍ୟାତି ଅର୍ଜନ କରିଥିଲେ । ସେ ମୃତ୍ୟୁବରଣ କରି ମଧ୍ୟ ଆଦିବାସୀ ମାନଙ୍କର ହୃଦୟରେ ଅମର ଏବଂ ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । ଶୋକସଭାରେ ସଂଘର ବରିଷ୍ଠ କର୍ମକର୍ତ୍ତା ଦଶରଥ ଛତ୍ରିଆ, ବ୍ରଜମୋହନ ପୁଟା, ବଳଦେବ ଭୋଇ, ‌ସ୍ୱତନ୍ତ୍ର କନ୍ଦା, ଭୁବନେଶ୍ୱର ଧରୁଆ, ଲଲିତ ମୋହନ ପୁଟା, ମନୋଜ ଧରୁଆ, ରୁକ୍ମଣ ଧରୁଆ, ବାଳକୃଷ୍ଣ ଧରୁଆ, ନେପାଳ, ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.