ବରିଷ୍ଠ ସାମ୍ବାଦିକ ରବି ରଥ ସପ୍ତମ ଥର ପାଇଁ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ଭାବେ ନିର୍ବାଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ଏମ୍‌.ଏସ୍‌. ସ୍ୱାମୀନାଥନ୍‌ କୃଷି ଗବେଷଣାକେନ୍ଦ୍ର ଠାରେ ଗତ ତା. ୧୬-୧୮ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଥିବା କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଓ ୧୦ମ ରାଜ୍ୟ ଶାଖା ସମ୍ମିଳନୀ ଅବସରରେ ସର୍ବସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ ସପ୍ତମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରକାଶଥାଉ କି ଶ୍ରୀ ରଥ ୨୦୦୫ ମସିହାରୁ ଏହି ସଂଗଠନର ଲଗାତାର ଭାବେ ସଭାପତି ନିର୍ବାଚିତ ହେବା ସହ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା ସମ୍ବାଦପତ୍ରର ସଂପାଦକମାନଙ୍କୁ ସଂଗଠିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ଜୟପୁର ବିଧାୟକ ତଥା ସ୍ୱାଗତ ସମିତିର ଅଧ୍ୟକ୍ଷ ତାରାପ୍ରସାଦ ବାହିନୀପତି, କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଶରତ କୁମାର ପାଲିତା, ରାଷ୍ଟ୍ରୀୟ ସଂପାଦକ ଶଙ୍କର କତିରାଙ୍କ ସମେତ ଭାରତର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସଂପାଦକ ଉପସ୍ଥିତ ଥିଲେ । ଅଧିବେଶନରେ ଶ୍ରୀ ରଥଙ୍କୁ କେନ୍ଦ୍ରୀୟ ସାଧାରଣ ସଂପାଦକ ଶଙ୍କର କତିରା ଉପଢେ଼øକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

jittmm
Leave A Reply

Your email address will not be published.