ଓକିଲ ସଂଘ ନିର୍ବାଚନ : ୭ମ ଥର ପାଇଁ ସଇଁତଲା ଓକିଲ ସଂଘର ସଭାପତି ହେଲେ ହିଜକ୍ଷ ତାଣ୍ଡି , ବିଭିନ୍ନ ସଂଗଠନ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ

ସଇଁତଲା, (ପ୍ରମୋଦ ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ପାଇଁ ମନୋନୀତ ହୋଇଯାଇଛି । ଏଥିରେ ଲଗାତାର ଭାବରେ ୭ମ ଥର ପାଇଁ ବରିଷ୍ଠ ଆଇନଜୀବୀ ତଥା ସଇଁତଲା ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡି ପୁଣି ବିଜୟୀ ହୋଇଛନ୍ତି । ଏଥିରେ ଶ୍ରୀ ତାଣ୍ଡି ୨୧ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ଏହି ନିର୍ବାଚନକୁ ଯୁବ ଓକିଲ ଶିବ ପ୍ରସାଦ ବାରିକ ପରିଚାଳନା କରିଥିଲେ । ଶ୍ରୀ ତାଣ୍ଡି ବିଜୟୀ ହେବା ପରେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ପ୍ରମୋଦ ସେଲମା ତଥା ବିଭିନ୍ନ ସଂଗଠନ ତରଫରୁ ନବ ନିର୍ବାଚିତ ସଭାପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି ।

Leave A Reply

Your email address will not be published.