oum

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼

jsm

ଭୁବନେଶ୍ୱର : ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ବସିଥିବା ବେଳେ ମାସ୍କ ପିନ୍ଧିଥିବା କିଛି ଯୁବକ ତାଙ୍କ ଚାମ୍ବର ଭିତରକୁ ପଶିଯାଇ କାଳି ମାଡ଼ କରିଥିଲେ । ପିସିସି ସଭାପତିଙ୍କ ବିରୋଧରେ ନାରାବାଜି କରିଥିଲେ । ତେବେ ଏପର୍ଯ୍ୟନ୍ତ କାଳି ମାଡ଼ ପଛର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନାହିଁ । କାଳି ମାଡ଼ ଘଟଣାରେ କଂ‌ଗ୍ରେସ ପକ୍ଷରୁ କ୍ୟାପିଟାଲ୍‌ ଥାନାରେ ଏତଲା ଦିଆଯାଇଛି । ଏଆଇସିସି ନିର୍ଦ୍ଦେଶ କ୍ରମେ କଂଗ୍ରେସ ପକ୍ଷରୁ ନିଟ୍‌ ପେପର ଲିକ୍‌ ଘଟଣାରେ ପ୍ରତିବାଦ ଡାକରା ଦିଆଯାଇଥିବା ବେଳେ ବିକ୍ଷୋଭ ପୂର୍ବରୁ ସଭାପତି ଶ୍ରୀ ପଟ୍ଟନାୟକ ନିଜ ଚାମ୍ବରରେ କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଥିଲେ । ଏହି ସମୟରେ କିଛି ଯୁବକ ସଭାପତିଙ୍କ ଚାମ୍ବର ଭିତରକୁ ଧସେଇ ପଶିଥିଲେ ଓ ସଭାପତିଙ୍କୁ କାଳି ମାଡ଼ କରିଥିଲେ । କାଳି ମାଡ଼ କରାଯିବାର ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଭାଇରାଲ୍‌ ହେଉଛି । କଂଗ୍ରେସ ଭବନରେ ପଶିଥିବା ଏହି ଯୁବକମାନେ କାହାର ସମର୍ଥକ ତାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି । ନିର୍ବାଚନରେ ପୁଞ୍ଜିଭୂତ ଅସନ୍ତୋଷର ଫଳସ୍ୱରୂପ କିଛି ନେତାଙ୍କ ସମର୍ଥକ ଏଭଳି କାଣ୍ଡ ଭିଆଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ପରେ କଂଗ୍ରେସର ବିକ୍ଷୋଭ କାର୍ଯ୍ୟକ୍ରମରେ ପିସିସି ସଭାପତି କାଳି ପଡ଼ିଥିବା ପୋଷାକ ପିନ୍ଧି ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.