oom

ଦଳ ଛାଡ଼ିଲେ କନ୍ଧମାଳ ଜିଲ୍ଲା ମହିଳା ବିଜେଡି ସଭାପତି ଅନିମା କହଁର

jsmm

ଫୁଲବାଣୀ : ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଅନିମା କହଁର ଆଜି ବିଜୁ ଜନତା ଦଳର ସମସ୍ତ ପଦପଦବୀ ଏବଂ ପ୍ରାଥମିକ ସଦସ୍ୟା ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଥିଲେ । ତାଙ୍କ ଇସ୍ତଫା ପତ୍ର ସେ ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ପ୍ରେରଣ କରିଥିବା ସୂଚନା ଦେଇଥିଲେ । ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନଥିବା ଅନୁଭବ କରି ଇସ୍ତଫା ଦେଇଥିବା ସେ ଉଲ୍ଲେଖ କରିଥିଲେ ।

jittmm
Leave A Reply

Your email address will not be published.