oom

ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହେଲେ ଆଶୁତୋଷ ମହାନ୍ତି

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉତ୍କଳରାଣୀ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦିବ୍ୟେନ୍ଦୁ ବିକାଶ ପାତ୍ର, ମୁଖ୍ୟ ବକ୍ତା ଭାବେ ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପବନ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅଶୋକ କୁମାର ସେଠୀ, ଶିକ୍ଷକ ଦେବବ୍ରତ ଦେ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ୧୨ଜଣ ସଦସ୍ୟ/ସଦସ୍ୟା ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ବୈଠକରେ ସଭାପତି ଏବଂ ଉପସଭାପତି ପଦ ପାଇଁ ସମସ୍ତ ସଦସ୍ୟ/ସଦସ୍ୟାଙ୍କ ତରଫରୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା ଏବଂ ସର୍ବ ସମ୍ମତି ନିଷ୍ପତି କ୍ରମେ ଆଶୁତୋଷ ମହାନ୍ତିଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରି ଉପସଭାପତି ଭାବେ ସଞ୍ଜୁଲତା ପାଳଙ୍କୁ ଚୟନ କରିଥିଲେ । ଶେଷରେ କମିଟିର ସଭାପତି ଆଶୁତୋଷ ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

jittmm
Leave A Reply

Your email address will not be published.