oom

ଶ୍ରୀକ୍ଷେତ୍ରରେ ସମ୍ମାନିତ ହେଲେ ଓଜେୟୁ କାର୍ଯ୍ୟକାରିଣୀ ସଭାପତି ଉମାକାନ୍ତ ବେହେରା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଖୋର୍ଦ୍ଧା ଜିଲ୍ଲା ନିଶିଗନ୍ଧା ସାହିତ୍ୟ ସଂସଦ, ଭୁବନେଶ୍ୱର ପକ୍ଷରୁ ପୁରୀ ଶ୍ରୀକ୍ଷେତ୍ର ମେଳରେ ଗଞ୍ଜାମ ଜିଲ୍ଲା ଓ.ଜେ.ୟୁ କାର୍ଯ୍ୟକାରିଣୀ ସଭାପତି ଉମାକାନ୍ତ ବେହେରାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇଙ୍କ ତତ୍ୱାବଧାନ ଓ କବି ଜୟନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଓଡିଶା ଭାଷା ସାହିତ୍ୟ ସୁରକ୍ଷାରେ ଗଣମାଧ୍ୟମର ଭୂମିକା ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ସମ୍ବାଦିକ ଶ୍ରୀ ବେହେରା ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାରୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଉଦ୍‌ଘାଟକ ଭାବେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ମୁଖ୍ୟ ଅତିଥି ପୁରୀ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ତଥା ପୁସ୍ତକ ମେଳା ସଭାପତି କୈଳାସ ଚନ୍ଦ୍ର ଟିକାୟତରାୟ, କବି, ଲେଖକ ତଥା ସମ୍ବାଦିକ ବଦ୍ରିନାରାୟଣ ମିଶ୍ର, କବି ତଥା ସାମାଜିକ କର୍ମୀ ପର୍ଶୁରାମ ବେହେରା ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ଶ୍ରୀ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.