ନବ ନିର୍ବାଚିତ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କୁ ବିପୁଳ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନତା ପାର୍ଟିର ସାଂଗଠନିକ ନିର୍ବାଚନରେ ନବ ନିର୍ବାଚିତ ହୋଇଥିବା ଜିଲ୍ଲା ସଭାନେତ୍ରୀ, ସମସ୍ତ ରାଜ୍ୟ ପରିଷଦ ସଭ୍ୟ, ସମସ୍ତ ନୂତନ ମଣ୍ଡଳ ସଭାପତି ଓ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟ ବି -୩୩, ସେକ୍ଟର -୩ ପରିସରରେ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ସାମୁହିକ ବନ୍ଦେ ମାତରଂ ଗାନ କରାଜାଇ ସଭା କାର୍ଯ୍ୟାରମ୍ଭ କରାଯାଇଥିଲା । ନବ ନିର୍ବାଚିତ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କୁ ଜୁଏଲ ଓରାମ ସର୍ବପ୍ରଥମେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ନବ ନିର୍ବାଚିତ ରାଜ୍ୟ ପରିଷଦ ସଭ୍ୟ ବାସୁଦେବ ସାହୁ, ମନୋଜ ବାର୍ଲା, ବନ୍ଧୁଆ ବେହେରା, ବାବୁଲି ମୁର୍ମୁ, ରମେଶ ଚନ୍ଦ୍ର ସିଂ ଓ ଦିଲ୍ଲୀପ ପଟ୍ଟନାୟକ, ରଘୁନାଥ ପଲ୍ଲୀ । କ୍ଷେତ୍ରର ମଣ୍ଡଳ ସଭାପତି ରଞ୍ଜିତା କିସ ପଟ୍ଟା, ମନୋଜ କୁମାର ସ୍ୱାଇଁ, ବିନତୀ ଭୂମିଜ, ଶମ୍ଭୁନାଥ ସିଂ, ମମତା ମହାନ୍ତି, ପ୍ରତିମା ରାଉତ, ମଣ୍ଡଳ ପ୍ରତିନିଧି ଅଶୋକ ଲେଙ୍କା, ଅମ୍ରିତ ଲାଲ ଓରାମ, ସଞ୍ଜୟ କୁମାର ଭୂମିଜ, ମନୋଜ ସେନାପତି, ପ୍ରଫୁଲ୍ଲ କୁମାର ମିଶ୍ର, ରାଉଲକେଲା କ୍ଷେତ୍ରର ମଣ୍ଡଳ ସଭାପତି ଜନ ନାୟକ, ଅନିଲ କୁମାର ମହାନନ୍ଦିଆ, ଲକ୍ଷ୍ମଣ କୁମାର ଲୋହାର, ଦିଲ୍ଲୀପ କୁମାର ସିଂ, ତ୍ରିବିକ୍ରମ ମାଂଝୀ, ବଟକୃଷ୍ଣ ନାୟକ, ଆଶା ନାଇଡୁ, ମଣ୍ଡଳ ପ୍ରତିନିଧି ପ୍ରମିଳା ଦାସ, କୈଳାଶ ରାଉତ, ଅଶୋକ ହଲୱାଇ, ଅମିତାଭ ସାମଲ, ପ୍ରଣତାପ ଦାସ, ନୃସିଂହ ଚରଣ ଜେନା, ଜୟନ୍ତ କର, ବଣାଇ କ୍ଷେତ୍ରର ମଣ୍ଡଳ ସଭାପତି ମନୋଜ କୁମାର ସାହୁ, ମିଥିଳା ପାତ୍ର, ପୂର୍ଣ୍ଣଚନ୍ଦ୍ର ଓରାମ, ନିରାକାର ନାୟକ, ରାମଚନ୍ଦ୍ର ପଳାଇ, ମଣ୍ଡଳ ପ୍ରତିନିଧି ଅଭିରାମ ମହାକୁଡ, ଦିବ୍ୟା ମଞ୍ଜରୀ ଶେଖର ଦେଓ, ନାରାୟଣ କୁମ୍ଭାର, ପ୍ରଦୀପ କୁମାର ସ୍ୱାଇଁ, ମେଲେରୀ ବାରିକ, ବୀରମିତ୍ରପୁର କ୍ଷେତ୍ରର ମଣ୍ଡଳ ସଭାପତି ସୁନିଲ କଇଥ, ପ୍ରଦୀପ କୁମାର ମହାତୋ, ମଣ୍ଡଳ ପ୍ରତିନିଧି ସୁନିଲ ତିୱାରୀ, ଡେଭିଡ ମିଞ୍ଜ ପ୍ରମୁଖଙ୍କୁଙ୍କୁ ଶ୍ରୀ ଓରାମ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ଓରାମ ତାଙ୍କ ବକ୍ତବ୍ୟରେ ସେ ୧୯୯୦ ମସିହା ଫେବୃଆରୀ ୨୮ ତାରିଖରେ ବଣାଇ ବିଧାୟକ ଭାବେ ନିର୍ବାଚିତ ହୋଇ ଦୀର୍ଘ ୩୫ ବର୍ଷ ପୂର୍ତ୍ତି କରି ଥିବାରୁ ଆନନ୍ଦ ପ୍ରକାଶ କରିବା ସହିତ ଦୀର୍ଘ ରାଜନୀତି ଜୀବନର ଘଟଣାବଳୀ ଉପରେ ଆଲୋକପାତ କରିଥିଲେ । ସମସ୍ତ କାର୍ଯ୍ୟକର୍ତ୍ତା ପ୍ଲାନ୍ “ଏ”ରେ ରାଉଲକେଲା ସାଙ୍ଗଠନିକ ଜିଲ୍ଲାର ସମସ୍ତ ୪ ବିଧାନ ସଭା କ୍ଷେତ୍ରକୁ ବିଜୟ କରିବା ଲକ୍ଷ୍ୟ ସହିତ ପ୍ଲାନ୍ “ବି”ରେ ଜିଲ୍ଲା ପରିଷଦ, ମହାନଗର ନିଗମ, ଏନ୍ଏସି ଓ ପଞ୍ଚାୟତ ନିର୍ବାଚନ ଆଦିରେ ବିଜୟ ହାସଲ କରିବା ଲକ୍ଷ୍ୟ ନେଇ ସମସ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ନବ ନିର୍ବାଚିତ ଜିଲ୍ଲା ସଭାନେତ୍ରୀ ତାଙ୍କ ବକ୍ତବ୍ୟରେ ସମସ୍ତେ ଏକଜୁଟ ହୋଇ ସଂଗଠନକୁ ମଜବୁତ୍ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ, ମୁଁ ସଭାପତି ଦାୟିତ୍ୱରୁ ଅବସର ନେଇଛି କିନ୍ତୁ ବିଜେପିରୁ ନୁହଁ । ମୁଁ ଆଗ ଭଳି କର୍ମ କରିବି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶି ଓରାମ, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମିଳା ଦାସ, ରମେଶ ଅଗ୍ରୱାଲ, ଜଗବନ୍ଧୁ ବେହେରା, ମନୋଜ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜିତା କିସ୍ ପଟ୍ଟା, ବଣାଇ ଜିଲ୍ଲା ପୂର୍ବତନ ସଭାପତି ରାସବିହାରୀ ପ୍ରଧାନ, ପୂର୍ବତନ ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ରାଜେଶ ମହାପାତ୍ର ପ୍ରମୁଖ ନେତୃବୃନ୍ଦ ସଂଗଠନକୁ ସୃଦୃଢ଼ ଓ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବରିଷ୍ଠ ନେତା ନୃସିଂହ ଚରଣ ଜେନା ମଞ୍ଚ ପରିଚାଳନା କରିଥିଲେ ଓ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.