jayashree

ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଭିନ୍ନକ୍ଷମ ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ସୋମବାର ଦିନ ଏଏଲ୍‌ଆଇଏମ୍‌ସିଓ ଭୁବନେଶ୍ୱର ତରଫରୁ ଭିନ୍ନକ୍ଷମ (ଦିବ୍ୟାଙ୍ଗ) ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଏସିଷ୍ଟେଣ୍ଡ ଆକାଶ ସେଲମା, ଏୟୁଡିଆଇଓ ଧରିତ୍ରୀ ଗଡତିଆ, ପିଓ ଅନିଲ କୁମାର ନାଏକ, ଡାଟାଡିୟୁ ପ୍ରାଞ୍ଜୁଲ ଚୋଉରଷିଆ, ଡିଇଓ ପ୍ରଦୀପ ବେନିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ତୁରେକେଲା ବ୍ଲକ ଅନ୍ତର୍ଗତ ୧୯ ଗୋଟି ଗ୍ରାମ ପଞ୍ଚାୟତ ଯଥା : ହଲନଭଟା ତୁରେକେଲା, ଚଟୁଅନକା, ଧାମନଡଙ୍ଗା, ଚାଉଲସୁଖା, ଖଗସା, କରୁଆମୁଣ୍ଡା, କମେଇମୁଣ୍ଡା, ଝରଣୀ, କନ୍ଦେଇ, ଢୋଲମାନ୍ଦଲ, କୁଇବାହାଲ, ଘୁନେଶ, ବଡବାଙ୍କି, ବଡଡକଲା, ବୁରୋମାଲ, ମହଖଣ୍ଡ, ମହୁଲପାଟି, ହିଆଲ ଗ୍ରାମ ପଞ୍ଚାୟତରୁ ସର୍ବମୋଟ ୨୮ ଜଣ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.