ଯୁବ କଳାକାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣେ କଳା, ସଂଗୀତ ପ୍ରତି ସମର୍ପିତ ଅକ୍ତୋପେଡ ବାଦ୍ୟଯନ୍ତ୍ରର ଶିଳ୍ପୀ ନୀଳକଣ୍ଠ ପଲେଇ ଓରଫ ନୀଲୁଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ମ୍ୟୁଜିକ ସେଲିବ୍ରେସନ ଗ୍ରୁପର ମୁଖ୍ୟ ହିମାଂଶୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଗ୍ରୁପର ସମସ୍ତ ସଦସ୍ୟ ସଦସ୍ୟା ଯୋଗଦେଇ ସ୍ୱର୍ଗତ ପଲେଇଙ୍କ ସଂଗୀତ ଜଗତକୁ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇ ତାଙ୍କ ବିୟୋଗ ସଂଗୀତ ତଥା ଅକ୍ତୋପେଡ ବାଦ୍ୟଯନ୍ତ୍ରର ଜଣେ କୁଶଳୀ କଳାକାର ହରାଇଲା ବୋଲି ମତ ପ୍ରକାଶ କରିଥଲେ । ତାଙ୍କ ଆତ୍ମାର ସଦଗତି ପାଇଁ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୀ ମହାନ୍ତିଙ୍କ ବ୍ୟତୀତ ନନ୍ଦନ ମୁଖାର୍ଜୀ, ସୁସ୍ମିତା ମୁଖାର୍ଜୀ, ସ୍ମୃତି ରଞ୍ଜନ ନାୟକ, ଶୁଭେନ୍ଦୁ ସାହୁ, ବଟକୃଷ୍ଣ ସାହୁ, ରଜତ ସାହୁ, ସତ୍ୟଞ୍ଜୟ ତ୍ରିପାଠୀ, ମାଲା ସମାସୀ, ମୀନତି ତ୍ରିପାଠୀ, ଲୀନା ସେନାପତି, ପ୍ରଞ୍ଜଳୀ ନାଗ, ଶ୍ରୀକାନ୍ତ ଚୌଧୁରୀ, ସମରେଶ ଦାସ, ସୁବ୍ରତ ଦାସ, ରମେଶ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.