oom

ରାମଜୀ ନାଟକ ସଂସଦ ଦ୍ୱାରା ସ୍ମୃତି ସଭା

jsmm
  • ବଲାଙ୍ଗିର ରାମଲୀଳାରୁ ରାବଣ ଭୂମିକାରେ ଆରମ୍ଭ କରିଥିଲେ ଏଲି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଉସୀ ମାଁ ମନ୍ଦିର ପଂଚମ ଅନୁଷ୍ଠାନ ଠାରେ ରାମଜୀ ନାଟକ ସଂସଦ ବଲାଙ୍ଗିର ମାଟିର କଳାକାର ଏଲି ଓରଫ ଗୋପାଳ ସାହୁ ଏହି ସଂସଦରୁ ଆରମ୍ଭ କରିଥିଲେ କଳାକାର ଜୀବନ । ରାମଜୀପଡାରୁ ଅଭିନୟରେ ପ୍ରଥମେ ରାବଣ ଭୂମିକା ଓ ଅନ୍ୟନ୍ୟ ଭୂମିକାରେ ବେଶ ଦର୍ଶକଙ୍କୁ ମନମୋହି ଥିବାବେଳେ ପରେ ଅଭିମନ୍ୟୁ ବଧ, ଜୟରଥ ବଧ, କର୍ଣ୍ଣବଧ ଓ ସାବିତ୍ରୀ ସତ୍ୟବାନରେ ଯମ ଭୂମିକାରେ ଅଭିନୟ କରିଥିଲେ । ପଶ୍ଚିମ ଓଡିଶାର ଜଣେ ବିଶିଷ୍ଟ କଳାକାର ତଥା ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଦୀର୍ଘ ୨୩ ବର୍ଷ କଂସ ଅଭିନୟରେ ଅଭିନୟ କରିଥିଲେ ଏବଂ ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ତାଙ୍କର ସ୍ମୃତିରେ ଆଜି ରାମଜୀ ନାଟକ ସଂସଦ କମିଟିର ଏକ ଆଲୋଚନା ଚକ୍ର ହୋଇଥିଲା । ଏହି ଅବସରରେ ଗୁରୁଶ୍ରୀ ବାଳମୁକୁନ୍ଦ ବେହେରା, ସଭାପତି ବସୁଦେବ ବେହେରା, ଡା. ରୁଦ୍ରନାରାୟଣ ପଟେଲ, ଶୁଶାନ୍ତ ଚୋପଦାର, ସୁବାଷ ସାଏ, ସାରଥି ପଟେଲ, ସୁଧିର ପଣ୍ଡା, ରବିନାରାୟଣ ନାଏକ, କୁମୁଦ ନାଏକ, ଅରୁଣ ରାଉତ, ଗୁଣ୍ଡୁଗୋପାଳ ମିଶ୍ର, ଚୈତନ୍ୟ ମଟାରୀ, ରାମନାରାୟଣ ଦାଶ, ଶୈଳିନ ବାବୁ, ଆନନ୍ଦ ମିଶ୍ର, ରାମ ନାଏକ ଏବଂ ପ୍ରଶାନ୍ତ ମହାକୁର ଏବଂ ବିଭିନ୍ନ କଳାକାର ସ୍ମୃତିଚାରଣ କରିଥିଲେ । ସଂସଦର କମିଟି ନିଷ୍ପତ୍ତି ଅନୁଯାୟୀ ଆଗାମୀ ଦିନରେ ମହିଷା ମର୍ଦ୍ଦନୀ ନାଟକ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ଆଲୋଚନା ହୋଇଥିଲା ।

jittmm
Leave A Reply

Your email address will not be published.