om academy

ପ୍ରୟାତ ମୁରଲୀଧର ପରିଜାଙ୍କ ସ୍ମୃତିଚାରଣ ସଭା

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଥିତଯଶା ବିଶିଷ୍ଟ ଜନନାୟକ ପ୍ରୟାତ ମୁରଲୀଧର ପରିଜାଙ୍କ ଷଷ୍ଠତମ ସ୍ମୃତିଚାରଣ ସଭା ମୁରଲୀଧର ପରିଜା ସ୍ମୃତି କମିଟି ତରଫରୁ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି କୁଞ୍ଜବିହାରୀ ରାଉତଙ୍କ ସଭାପତିସ୍ୱ ଓ ସଂଯୋଜନା ତଥା ସମ୍ପାଦକ ସୁରେନ୍ଦ୍ର ଦାଶଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ଭୂପେନ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ବାର୍ ଆସୋସିଏସ୍‌ର ସଭାପତି ସଦାନନ୍ଦ ସାହୁ, ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ, ସମାଜସେବୀ ସଞ୍ଜୀବ ମହାନ୍ତି, ଜାହାଙ୍ଗୀର ହକ୍, ବିମାନ ମାଇତି, ସାମ୍ବାଦିକ ମନୋରଞ୍ଜନ ଦାଶ, ପ୍ରଭାତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରୟାତ ପରିଜାଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ସେମାନଙ୍କ ବକ୍ତବ୍ୟରେ ମୁରଲୀଧରଙ୍କୁ ରାଉରକେଲାର ମୂରବୀ ଭାବେ ଅବହିତ କରି ତାଙ୍କର ବିଭିନ୍ନ କ୍ଷେତ୍ରରେ ଥିବା ସମ୍ପୃକ୍ତି ଯଥା ସାମ୍ବାଦିକତା, ସାହିତ୍ୟ କ୍ଷେତ୍ର, ଆଇନଜୀବୀ, ସମାଜସେବୀ, ନେତୃସ୍ୱ ନେବାର କ୍ଷମତା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ତାଙ୍କ ସହିତ ବିତାଇଥିବା ମୁହୁର୍ତ୍ତକୁ ଅବତାରଣା କରି ଯଥାର୍ଥରେ ସେ ଇସ୍ପାତ ନଗରୀ ରାଉରକେଲାର ଅଭିଭାବକ ଥିଲେ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ କମିଟିର ସମ୍ପାଦକ ଶ୍ରୀ ଦାସ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ରାଉତ ପ୍ରୟାତ ମୁରଲୀଧରଙ୍କ କର୍ମମୟ ଜୀବନର ଅବତାରଣା କରି ତାଙ୍କୁ ନିର୍ଭୟର ପ୍ରତୀକ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ କମିଟି ତରଫରୁ ମୁଖପତ୍ର ‘ସ୍ମୃତି ସମ୍ଭାର’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭରତ ବାଇ, ନିରୁପମ ପୁହାଣ, ଅକ୍ଷୟ ସାମଲ, କୁମାରେସ ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ନାୟକ, ନିହାର ସାମଲ, ରାଜକିଶୋର ପ୍ରଧାନ, ପ୍ରବୀର କୁମାର ଦୂବେ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, କୁଞ୍ଜବିହାରୀ ରାଉତ, ଜ୍ୟୋତିରଞ୍ଜନ ମହାପାତ୍ର, ଅଜିତ୍ ସାମଲ, ଅରିନ୍ଦମ ଦତ୍ତ, ମୁକ୍ତା ଦାସଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.