ହରିହର ଷଡଙ୍ଗୀଙ୍କ ସ୍ମୃତି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ ଏନ୍‌ଆଇଟି ରାଉରକେଲାରେ ପୂର୍ବତନ ସଂସ୍କୃତ ବିଷାରଦ ପଣ୍ଡିତ ହରିହର ଷଡ଼ଙ୍ଗୀଙ୍କ ଅବର୍ତ୍ତମାନରେ ପୂର୍ବତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ଏକ ଶୋକସଭା ଓ ସ୍ମୃତି ସ୍ମାରକୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏଥିରେ ବହୁ ପୁରାତନ ଛାତ୍ରଛାତ୍ରୀ ତଥା ବିଶିଷ୍ଟ ଶିକ୍ଷାବିତ୍‌, ସାହିତ୍ୟିକ ପ୍ରଶାନ୍ତ ପତିଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଷଡ଼ଙ୍ଗୀ ଏକାଧାରରେ ଜଣେ ସାହିତ୍ୟିକ, ସଂଗଠକ, ଭାଷାବିତ୍, ଶିକ୍ଷାବିତ୍‌ ଧର୍ମପରାୟଣ ତଥା ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ୧୯୭୧ରୁ ସେ ଏହି ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ ଯୋଗଦାନ କରିଥିଲେ । ବହୁ ଛାତ୍ରଛାତ୍ରୀଙ୍କର ସେ ଥିଲେ ମାର୍ଗଦର୍ଶକ । ଜ୍ୟୋତିର୍ବିତ୍‌ ଭାବେ ମଧ୍ୟ ପରିଚିତ । ବିଦ୍ୟାଳୟର ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ସୁଚାରୁରୂପେ ସଫଳ କରିବାକୁ ତାଙ୍କର ଅହରହ ପ୍ରୟାସ କରିଥିଲେ । ଯାହା କି ସେ ଛାତ୍ରଛାତ୍ରୀମାନେ ଆଜି ସ୍ମୃତିଚାରଣ କରିଥିଲେ । ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ପତି କହିଥିଲେ । ଅନ୍ୟତମ ଶିକ୍ଷକ ସୁରେନ୍ଦ୍ର ଦାଶ ମଧ୍ୟ ଯୋଗଦାନ କରିଥିଲେ । ୧୯୮୫ ମସିହା ବ୍ୟାଚ୍‌ରୁ ଆରମ୍ଭ କରି ଏଯାବତ୍‌ର ଛାତ୍ରଛାତ୍ରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପ୍ରଥମେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଭାଟିକୁ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ନିରୁପମା ପତି(ଦାଶ) ପରିଚାଳନା କରିଥିବା ବେଳେ ସମାଜସେବୀ ତଥା ବିଶିଷ୍ଟ ସଂଗଠକ ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ତ୍ରିପାଠୀ ଓ ଶିକ୍ଷକ ଅଜୟ କୁମାର ରାଉତ ପରିଚାଳନା ନିମନ୍ତେ ସହାୟତା ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ନମିତା ଦନ୍ତା, ସୁଜାତା ମିଶ୍ର, ବିଜୟ ମହନ୍ତୋ, ସୁରେଖା ନାୟକ ବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ଵ କରିଥିଲେ । ତତ୍‌ସହିତ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରୀମତୀ ସଞ୍ଜୁବାଳା ମହାପାତ୍ର, ଉଦୟ ପ୍ରସାଦ ସାହୁ, ଦେବବ୍ରତ ଭୋଳ, କୁନାଲ ନାୟକ, ରାଜା ପଟ୍ଟନାୟକ, ଦିଲ୍ଲୀପ ନାୟକ, ଅଶୋକ ଦାସ ପ୍ରଭୃତି ସ୍ମୃତି ସଭାରେ ସହଯୋଗ କରିଥିଲେ । ଏକ ଶୋକାକୁଳ ପରିବେଶ ମଧ୍ୟରେ ସଭାଟିର ପରିସମାପ୍ତି ହୋଇଥିଲା ।

Leave A Reply

Your email address will not be published.

error: Content is protected !!