କାେସଲି କବିତା ଆସର ଓ ଆଲୋଚନା ସଭା ଅନୁଷ୍ଠିତ

  • କୋସଲି ଭାଷାକୁ ପ୍ରାଥମିକ ଶିକ୍ଷା ଦିଆଯାଉ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାର ନୂଆପଡା ତାରିଣୀ ମନ୍ଦିର ନିକଟରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ଆନୁକୂଲ୍ୟରେ କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ କାେସଲି କବିତା ଆସର ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦ ସଭାପତି ଡ. ନାରାୟଣ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଭାଷା ସୁରକ୍ଷା ସମିତିର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର, ସଭାପତି ଦିଲୀପ କୁମାର ପଶାୟତ, ବରିଷ୍ଠ ଭାଷାବିତ୍‌ ଜ୍ୟାେତିପ୍ରକାଶ ଗଡତିଆ ମଂଚାସୀନ ଥିଲେ । ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦ ସାଧାରଣ ସଂପାଦକ ନିଗମାନନ୍ଦ ଦାସ, ସଂପାଦକ ରଶ୍ମିରଂଜନ ପୁଟେଲ, ଡ.ନାରାୟଣ ମିଶ୍ର କୋସଲି କବିତା ପାଠ କରି ଉପସ୍ଥିତ ସାହିତ୍ୟ ପ୍ରେମୀଙ୍କୁ ବିମୋହିତ କରିଥିଲେ । ମା’ ମାଟି ଭାଷାର ପ୍ରଚାର ପ୍ରସାର ପାଇଁ କୋସଲି ଭାଷାରେ ପ୍ରାଥମିକ ଶିକ୍ଷାର ପ୍ରଚଳନକୁ ଗୁରୁତ୍ୱାରୋପ କରାଯାଇଥିଲା । ଆଲାେଚନା ସଭାରେ ରିଚୁ ପଣ୍ଡା, ରଂଜନ ସରାଫ ତଥା ବହୁ ସଂଖ୍ୟାରେ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ । ଶେଷରେ ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦର ପ୍ରଚାର ପ୍ରସାର ସମ୍ପାଦକ ହୁଲେଶ୍ୱର ହଂସ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅଞ୍ଚଳର ବହୁ ସାହିତ୍ୟପ୍ରେମୀ, କବିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.