ଅପ୍ରିଲ ୨୦ ତାରିଖରେ ମିଳିତ ବାମପନ୍ଥୀ ସମର୍ଥିତ ଦଳର ଜନ ଆନ୍ଦୋଳନ ଓ ପ୍ରତିବାଦ ସଭା

  • ବିରୋଧୀ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଇଡ଼ି ମାମଲା ଜାରି କରି ଗିରଫ କରି ଜେଲ୍ ପଠାଇବା ପ୍ରଥାକୁ ଘୋର ନିନ୍ଦା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ବିଧାନର ସୁରକ୍ଷା ଓ ଗଣତନ୍ତ୍ରର ସୁରକ୍ଷା ଦିଗରେ ବିରାଟ ବିଫଳତା ଏବଂ ପ୍ରତିବନ୍ଧକ ଦେଖା ଦେଇଛି ବୋଲି ବାମପନ୍ଥୀ ଦଳ ଅଭିଯୋଗ କରିଛି । ଏ ନେଇ ଆଗାମୀ ଦିନରେ କଂଗ୍ରେସ ଦଳକୁ ସମର୍ଥନ ଜଣାଇ ୧୮ ଗୋଟି ବାମପନ୍ଥୀ ଦଳ ମିଳିତରେ ବ୍ୟାପକ ଭାବେ ଜନ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

ସଂପ୍ରତି ଭାରତବର୍ଷର ସମ୍ବିଧାନକୁ ସରକାରୀ ସ୍ତରରେ ସଠିକ ଭାବେ କାର୍ଯ୍ୟକାରୀ କରାଯିବା ଏବଂ ଗଣତନ୍ତ୍ରର ସୁରକ୍ଷା ପ୍ରତି ସଜାଗ ହେବା ଆବଶ୍ୟକ । ଶତପ୍ରତିଶତ ଗଣତାନ୍ତ୍ରିକ ପଦ୍ଧତିକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ମଧ୍ୟ ଆବଶ୍ୟକ ଅଟେ । ଗଣତନ୍ତ୍ରର ପ୍ରତିଷ୍ଠା ଓ ପ୍ରତିପାଳନ କରିବା ଜରୁରୀ । ସରକାରୀ କଳ ଓ କେନ୍ଦ୍ରୀୟ ପ୍ରଶାସନ ସମ୍ବିଧାନର ନିୟମକୁ ସୁଚାରୁ ରୂପେ କାର୍ଯ୍ୟ କରିବାରେ ବିଫଳ ହୋଇଛି । ଏହାର ପ୍ରତିବାଦରେ କଂଗ୍ରେସ ଦଳ ସହ ସମର୍ଥନ ଜଣାଇ ୧୮ ଗୋଟି ବାମପନ୍ଥୀ ଦଳଙ୍କ ମିଳିତ କ୍ରମେ ଜନ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଗ୍ରାମୀ ନେତା ତଥା ସିପିଆଇ ରାଜ୍ୟ କାର୍ଯ୍ରକାରିଣୀ ସଦସ୍ୟ ଏନ୍. ନାରାୟଣ ରେଡ୍ଡୀ ଏକ ସାକ୍ଷାତକାରରେ ଗଣମାଧ୍ୟମ ଆଗରେ କହିଛନ୍ତି, ଏପରିକି ପ୍ରତିବାଦ ସଭା ସ୍ୱରୂପ ଏହା ରାଜ୍ୟ ସ୍ତରରେ ଓ ଦେଶବ୍ୟାପି ବିଭିନ୍ନ ସ୍ଥାନରେ ଜନ ଆନ୍ଦୋଳନ ଡାକରା ଦିଆଯିବ ବୋଲି ଉକ୍ତ ପ୍ରେସ୍‌ମିଟ୍‌ରେ ଶ୍ରୀ ରେଡ୍ଡୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ବିରୋଧୀ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଇଡ଼ି ମାମଲା ଜାରି କରିବା, ତାଙ୍କୁ ଗିରଫ କରି ଜେଲ୍ ପଠାଇବା ପ୍ରଥାକୁ ଘୋର ନିନ୍ଦା କରିଛନ୍ତି ।

ବିରୋଧୀ ଦଳଙ୍କ ଉପରେ ସିବିଆଇ, ଇଡ଼ି ବ୍ୟବହାର କରି ଜେଲ୍ ପଠାଇବା ଏବଂ ଗିରଫଦାରୀ ଭୟ ଦେଖାଇବା ଏକ ଆମାନୁଷିକ ଓ ଅଗଣତାନ୍ତ୍ରିକ ବୋଲି ପ୍ରତିବାଦ କରି କହିଛନ୍ତି । ସମ୍ବିଧାନର ଧାରା ୫୧-(କ) ଧାରାରେ ନାଗରିକର ସୁରକ୍ଷା, ଜାତୀୟତାର ସୁରକ୍ଷା ଏବଂ ଜାତୀୟ ପତାକାର ସମ୍ମାନ ଦେବାର କର୍ତ୍ତବ୍ୟ ଆମ ସମସ୍ତଙ୍କର ଓ ସରକାରଙ୍କ ରହିଛି । ସମ୍ବିଧାନର ପ୍ରତ୍ୟେକ ଧାରାକୁ ଅସମ୍ମାନ କରାଯାଉଛି ବୋଲି ଅଭିଯୋଗର ସ୍ୱର ଉଠାଇଛନ୍ତି ।

କଂଗ୍ରେସ ନେତା ତଥା ସମାଜସେବୀ ଭାଗିରଥି ବେହେରାଙ୍କ ସଭାପତିତ୍ୱରେ ଛତ୍ରପୁର ଲିସା-ଗ୍ୟାଲେକ୍ସି ଠାରେ ଅନୁଷ୍ଠିତ ଏକ ପ୍ରେସ୍‌ମିଟ୍‌ରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ନେତା ନୀଳକଣ୍ଠ ଦାସ, ଆଡ଼ଭୋକେଟ ଡ଼ି.ଆଦିନାରାୟଣ ରେଡ୍ଡୀ, ସିପିଆଇ ଚମାଖଣ୍ଡି ଜୋନ୍‌ ସମ୍ପାଦକ ସି.ଏଚ. ଜନାର୍ଦ୍ଧନ ରେଡ୍ଡୀ, କୃଷକ ନେତା ସିମାଞ୍ଚଳ ନାହାକ, ସଭାର ସଂଯୋଜକ ଇଜୁ ଆମିନ ଖାଁ, କଂଗ୍ରେସ ନେତା ତଥା ଆଡ଼ଭୋକେଟ ବାବୁ ନାହାକ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ଏବଂ ପ୍ରଶାସନରେ ବ୍ୟବହୃତ ଅଗଣତାନ୍ତ୍ରିକ ପଦ୍ଧତି ଉପରେ କଟୁ ସମାଲୋଚନା କରିଥିଲେ । ଏ ନେଇ ଆଗାମୀ ଅପ୍ରିଲ ମାସ ୨୦ ତାରିଖରେ ଏହାର ପ୍ରତିବାଦ ସ୍ୱରୂପ ଛତ୍ରପୁର ମୁଖ୍ୟ ବଜାର ଛକଠାରେ କେନ୍ଦ୍ରର ମୋଦୀ ସରକାରଙ୍କ ବିରୁଦ୍ଧରେ ଏକ ବିଶାଳ ପ୍ରତିବାଦ ସଭାର ଆୟୋଜନ କରାଯାଉଛି ବୋଲି ପ୍ରେସ୍‌ମିଟ୍‌ ସଭାମଞ୍ଚରେ ନେତ୍ତୃବର୍ଗଗଣ ମତପୋଷଣ କରିଛନ୍ତି ।

Leave A Reply

Your email address will not be published.

error: Content is protected !!