oom

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା ସଭା

jsmm

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓ ବଙ୍ଗୋମୁଣ୍ଡା ଫରେଷ୍ଟ ରେଂଜ ଅଧୀନରେ ଥିବା ଜଙ୍ଗଲ ଗୁଡିକ ଚଳିତ ବର୍ଷ ହୁ ହୁ ହୋଇ ନିଆଁରେ ଜଳୁଥିବାରୁ ଉଭୟ ଦୁଇ ରେଂଜର ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନଙ୍କୁ ନେଇ ତୁରେକେଲା ବ୍ଲକ ସଦର ପଂଚାୟତ ସମିତି ଗୃହରେ ଏକ ସଚେତନତା କର୍ମଶାଳା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କର୍ମଶାଳାରେ ଉଭୟ କଂଟାବାଂଜି ଓ ବଙ୍ଗୋମୁଣ୍ଡା ରେଂଜ ଅଧୀନରେ ଥିବା ରାଜୁ, ବାହାବଲ, ଛତରଦାଣ୍ଡି, ଗଂଜାଉଡାର, ରାମୋଡ, ଲାମି, ଲାମିଥୁଠା, ଭଣ୍ଡାରି, ଧୁଣ୍ଡେଲ ଓ ପାଟପାଣି ରିଜର୍ଭ ଫରେଷ୍ଟରେ ଯେପରି ନିଆଁ ନ ଲାଗେ ଏବଂ ତାର କିପରି ସୁରକ୍ଷା କରାଯାଇ ପାରିବ ସେ ଉପରେ ସଚେତନ କରାଯାଇଥିଲା । ଏପରିକି ରିଜର୍ଭ ଜଙ୍ଗଲ ଗୁଡିକରେ ଶାଗୁଆନ, ଶାଳ, ପିଆଶାଳ, କେନ୍ଦୁ ଭଳି ମୂଲ୍ୟବାନ ଗଛ ଥିବା ବେଳେ ବିଭିନ୍ନ ମୂଲ୍ୟବାନ ପଶୁ ସଂପଦନ ମଧ୍ୟ ରହିଛି । ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ମୂଲ୍ୟବାନ ଗଛ ପୋଡି ଯିବା ସହିତ ବନ୍ୟଜନ୍ତୁ, ସରୀସୃପମାନେ ମଧ୍ୟ ନିଆଁରେ ପୋଡି ମୃତ୍ୟୁର ଶିକାର ହେଉଛନ୍ତି । ତେଣୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କଲେ ମୂଲ୍ୟବାନ ଗଛ ସହିତ ଜଙ୍ଗଲି ଜୀବଜନ୍ତୁ ମଧ୍ୟ ସୁରକ୍ଷିତ ରହିପାରିବେ ବୋଲି ବକ୍ତାମାନେ ନିଜ ନିଜର ମତାମତ ଦେଇଥିଲେ । ଏହି ସଚେତନତା ଶିବିରରେ କଂଟାବାଂଜି ଓ ବଙ୍ଗୋମୁଣ୍ଡା ରେଂଜର ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ଜଙ୍ଗଲ ସୁରକ୍ଷା କମିଟି, ରାଜୀବ ଗାନ୍ଧି ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ସାମାଜିକ କର୍ମୀ ସାମିଲ ଥିଲେ । ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ତୁରେକେଲା ସଦର ପଂଚାୟତ ସରପଂଚ ଜଲନ୍ଧର ମହାକୁଡ, ଜିଲ୍ଲା ପରିଷଦ ସଭ୍ୟ କୌଶିକ ମେହେର, ତୁରେକେଲା ରାଜୀବ ଗାନ୍ଧି ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ ମେହେର, ମିଶନ ଶକ୍ତି ପ୍ରମୁଖ ବିଶ୍ୱଜିତ ସାମଲ, ବରିଷ୍ଠ ସାମାଜିକ କର୍ମୀ ଦୟାନିଧି ସ୍ୱାଇଁ, କଂଟାବାଂଜି ରେଂଜ ଅଫିସର ଶ୍ରଦ୍ଧାଦେବ ବଡମାଲି, ବଙ୍ଗୋମୁଣ୍ଡା ରେଂଜ ଅଫିସର ଜଗନ୍ନାଥ ଠାକୁର ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ଦେବା ପାଇଁ କଂଟାବାଂଜି ଓ ବଙ୍ଗୋମୁଣ୍ଡା ରେଂଜର ସମସ୍ତ ଫରେଷ୍ଟର ଓ ବନ କର୍ମଚାରୀ ସାମିଲ ଥିଲେ । ଏହି ସଚେତନତା ସଭାରେ ପ୍ରକୃତି ବନ୍ଧୁ ବିରଂଚି ନାରାୟଣ ଦାଶ ମଂଚ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.