ପଖନମୁଣ୍ଡାରେ ଉକୁଣୀ ଓ କୃମି ନାଶକ ଉପରେ ସଚେତନତା ସଭା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ତରଫରୁ ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉକୁଣୀ ସଚେତନତା ଓ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । କୃମି ମୁକ୍ତ ଶିଶୁ ହେଉଛନ୍ତି ରୋଗ ମୁକ୍ତ ଶିଶୁ ତେଣୁ ୧ ବର୍ଷରୁ ୧୯ବର୍ଷର ସମସ୍ତ ଶିଶୁଙ୍କୁ ଆଲବେଣ୍ଡାଜୋଲ ବଟିକା ମାଗଣାରେ ସରକାରଙ୍କ ତରଫରୁ ଫେବୃଆରୀ ୧୦ ତାରିଖ ଜାତୀୟ କୃମି ନାଶକ ଦିବସ ଅବସରରେ ବିଦ୍ୟାଳୟର ୭୭ଜଣ ଛାତ୍ରଛାତ୍ରୀ ମାନଙ୍କୁ ବଟିକା ଖାଇବାକୁ ଦିଆଯାଇଥିଲା ଏବଂ ଶିଶୁ ବାଟିକା ଛାତ୍ରଛାତ୍ରୀ ମାନଙ୍କୁ ଭିଟାମିନ ଏ ପ୍ରଦାନ କରାଯାଇଥିଲା । ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ସଚେତନତା ସଭାରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ଉପରେ ନିକଟରେ ଜଣେ ଛାତ୍ର କିଭଳି ଉକୁଣୀ ପାଇଁ ମୃତ୍ୟୁବରଣ କରିଥିଲେ ତାରି ଉପରେ ବାର୍ତ୍ତା ପ୍ରଦାନ କରିଥିଲେ । ସଭାପରେ ଆଶାକର୍ମୀ ଗିରିଜା ଷାଣ୍ଢ ସମସ୍ତଙ୍କୁ ବଟିକା ଖୁଆଇଥିଲେ । ଏହି ସଭାରେ ପ୍ରଧାନଶିକ୍ଷକ ହରିଶଙ୍କର ସାହୁ, ଶିକ୍ଷକ ଅଲେଖ ବନଗୋଲା, ଭବାନୀ ମାଝୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.