ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଗାନ୍ଧିଜୀଙ୍କ ସ୍ମୃତି ଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଠାରେ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଆବାହକ ଭଗବତୀ ଜେନାଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ ବାପୁଙ୍କ ସ୍ମୃତି ଚାରଣ ସହ ତାଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଆଜିର ଦିନରେ ଆମେ ଜାତିର ପିତାଙ୍କୁ ହରାଇଥିଲୁ । ଗାନ୍ଧୀଜୀଙ୍କ ଆଦର୍ଶ, ଚିନ୍ତା ଓ ଚେତନା ଯୁଗ ଯୁଗ ପାଇଁ କେବଳ ପ୍ରତିଟି ଭାରତୀୟଙ୍କ ହୃଦୟରେ ନୁହେଁ ସମଗ୍ର ବିଶ୍ୱବାସୀଙ୍କ ହୃଦୟରେ ଜାଜ୍ଜୁଲ୍ୟମାନ ହୋଇ ରହିବ । ସେ ଥିଲେ ସତ୍ୟ, ଅହିଂସା, ସର୍ବୋଦୟ ଓ ସତ୍ୟାଗ୍ରହର ମୂର୍ତ୍ତିବନ୍ତ ପ୍ରତୀକ । ଅନ୍ୟତମ ବକ୍ତା ଭାବେ ସଂଗ୍ରାମ କିଶୋର ଭୂୟାଁ ଗାନ୍ଧୀଙ୍କ ଜୀବନାଦର୍ଶ ଓ ପ୍ରାଣବଳି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସସ୍ମିତା ପ୍ରଧାନ, ପ୍ରମୋଦ ଜଗଦ୍ଦେବ, ବର୍ଣ୍ଣାଳୀ ପ୍ରିୟଦର୍ଶିନୀ ପ୍ରଧାନ, ଶ୍ରୀମତୀ ସାହୁ, ସରସ୍ଵତୀ ବାରିକ ପ୍ରମୁଖ ଉପସ୍ଥିତ ରହି ବାପୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଆବାହିକା ଭଗବତୀ ରାମଧୁନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋଲକ ବିହାରୀ ତ୍ରିପାଠୀ, ଡ. ସୁମନ ଦତ୍ତ, ପ୍ରମୋଦ କୁମାର କର, ଲକ୍ଷ୍ମୀପ୍ରିୟା ମଲ୍ଲିକ, ଅରୁଣ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.