କନସିଂହା ସରକାରୀ ସତ୍ୟସେବା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କନସିଂହା ସତ୍ୟସେବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ଶିକ୍ଷକ ଗୋବର୍ଦ୍ଧନ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଡ଼. ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକର୍ଯ୍ୟକୁ ଅରୁଣ କୁମାର ବଣିଆ ପରିଚାଳନା କରିଥିଲେ । ଚନ୍ଦନା ଚନ୍ଦ୍ରପ୍ରଭା ପଧାନ, ରୋଶନୀ ଦେହେରୀ, ଦଶରଥ ମହାନନ୍ଦ, ଜିତେନ୍ଦ୍ରିୟ ଗିଙ୍ଗରା, ବଳରାମ ଦେହେରୀ, ହରିହର ସାହୁ, ସଞ୍ଜୟ କୁମାର ଦେହେରୀ, ସୁଶାନ୍ତ ମେହେର, ମୋନାଲିସା ପାଣିଗ୍ରାହୀ, ଆଦିତ୍ୟ ଦାଶ, ଶଶୀଭୁଷଣ ବାରିକ ସହଯୋଗ କରିଥିଲେ । ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ମାଖୁନୁ ସାହୁ ତଥା ବିରଞ୍ଚି ସାହୁ ଉପସ୍ଥିତ ଥିଲେ । ପ୍ରରିଶେଷରେ ସଂସ୍କୃତ ଶିକ୍ଷକ ହରିହର ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ସଭା ପରିଶେଷରେ ବାଜା ରୋଷଣୀ ସହିତ ସମସ୍ତ ଗ୍ରାମବାସୀ ଗୋଡ଼ଧୋଇ ଗ୍ରାମ ପରିକ୍ରମା କରି ତାଙ୍କ ପଦ୍ମପୁର ସ୍ଥିତ ବାସଭାବନକୁ ଛାଡ଼ିବା ପାଇଁ ଯାଇଥିଲେ ।

Leave A Reply

Your email address will not be published.