ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୌର ପରିଷଦର ଦୁର୍ନିତୀକୁ ଲୋକ ଲୋଚନକୁ ଆଣିବା ପାଇଁ ନଗର କଂଗ୍ରେସ ପକ୍ଷରୁ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଛି । ବଲାଙ୍ଗିର ସହରର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପୌର ପାଳିକାର ଧ୍ୟାନ ନାହିଁ ବରଂ ଲୋକଙ୍କର ସମସ୍ୟା ହେଲେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବର୍ଷା ଋତୁ ପୂର୍ବରୁ ସହରରେ ଥିବା ବଡ ଓ ଛୋଟ ଡ୍ରେନ ମରାମତି ତଥା ଉଚିତ ସଫେଇ କରିବା ତଥା ପୌର ପାଳିକା ସେ କାମକୁ ଯଥୋଚିତ ସମୟରେ ନ କରିବାରୁ ଅସରାଏ ବର୍ଷାରେ ସହରବାସୀ ପାଣିରେ ଉଟୁବୁଟୁ ହେଉଛନ୍ତି । ସେ କଥାକୁ ନେଇ ବିରୋଧି ଦଳ ହିସାବରେ ନଗର କଂଗ୍ରେସ ପ୍ରତିବାଦ କଲେ, ମନ୍ଦିର ଭିତରେ କିଏ ଅଛ ମୁଁ କଦଲି ଖାଇ ନାହିଁ ଭଳିଆ ଭିତ୍ତିହୀନ, ଦାୟିତ୍ୱହୀନ ଅଭିଯୋଗ କରୁଛନ୍ତି ପୋରାଧ୍ୟକ୍ଷା ବୋଲି ନଗର କଂଗ୍ରେସ ପକ୍ଷରୁ ଆକ୍ଷେପ କରାଯାଇଛି । ଗତ କିଛି ବର୍ଷ ହେବ ଟାଉନ ହଲକୁ ପୌର ପରିଷଦ ଗୋଦାମ ଗୃହ ଭାବେ ବ୍ୟବହାର କରୁଛନ୍ତି । ପୂର୍ବରୁ ସହରର ସରକାରୀ, ବେସରକାରୀ, ସାଂସ୍କୃତିକ ଅନୁଷ୍ଠାନମାନ ଅନୁଷ୍ଠିତ ହେଉଥିଲା କିନ୍ତୁ ଆଜି ତାହା ଗୋଦାମ ଗୃହରେ ପରିଣତ ହୋଇଛି । ମହାରାଣୀ ସାଗର ପାଇଁ ଆସିଥିବା କୋଟି କୋଟି ଟଙ୍କାକୁ ପ୍ରାୟ ୧୦୦ରୁ ଅଧିକ ସ୍ୱୟଂ ସହାୟକ ଦଳ ନାଁରେ କାର୍ଯ୍ୟାଦେଶ ନେଇ ଜଣେ ଲୋକ କାମ କରି କୋଟି କୋଟି ଟଙ୍କା ହଡପ କରିଛନ୍ତି । ଏ ସବୁକୁ ନେଇ ବିଗତ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ନଗର କଂଗ୍ରେସ ତରଫରୁ ଧାରଣା ଦିଆଯାଇଥିଲା । ଏହାକୁ ବିରୋଧ କରି ପୌରାଧ୍ୟକ୍ଷା ବିଗତ ୧୦ ବର୍ଷରେ ବିଗତ ଦିନର ବିଧାୟକଙ୍କ କାର୍ଯ୍ୟକଳାପ ଓ ଲକ୍ଷ୍ମୀଜୋର ପ୍ରକଳ୍ପରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ କରୁଛନ୍ତି । ଏହି ପ୍ରତିବାଦରେ ସହରର ବିଭିନ୍ନ ସ୍ଥାନରେ ଯଥା ସୁଦପଡା, ସରକାରୀ ବସଷ୍ଟାଣ୍ଡ, ଭାଗିରଥି ଛକ, ବିକ୍ରମ ଛକ ପ୍ରଭୃତି ସ୍ଥାନରେ ପଥପ୍ରାନ୍ତ ସଭା କରି ଜନସାଧାରଣଙ୍କୁ ଅବଗତ କରାଇବା ସହ ବିଗତ ଦିନରେ ପୂର୍ବତନ ବିଧାୟକଙ୍କ କାର୍ଯ୍ୟକଳାପ ସହ ଲକ୍ଷ୍ମୀଯୋର ପ୍ରକଳ୍ପର ଦୁର୍ନିତୀ ବିଷୟରେ ଭିଜିଲାନ୍ସ ତଦନ୍ତ ଦାବି କରି ଦୋଷୀ ସବ୍ୟସ୍ତ ହେଲେ କଂଗ୍ରେସ ସାଦରରେ ଗ୍ରହଣ କରିବ । କିନ୍ତୁ ମହାରାଣୀ ସାଗର ପ୍ରକଳ୍ପରେ ଦୁର୍ନିତୀ ଏବଂ ପୌର ପରିଷଦର ଦୁର୍ନିତୀରେ ଭିଜିଲାନ୍ସ ତଦନ୍ତ ଦାବିକୁ ପୌରାଧ୍ୟକ୍ଷା ଗ୍ରହଣ କରିବେ କି ବୋଲି ପଥପ୍ରାନ୍ତ ସଭାରେ ସଭାପତି ବୁଲୁ ଦାନିଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଆହ୍ୱାନ ଦେଇଥିଲେ । ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଥପ୍ରାନ୍ତ ସଭାରେ କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଦଳିତ ନେତା ଓମ୍ ପ୍ରକାଶ କୁମ୍ଭାର, ଅଜୟ ବାଲି, ସାନନ୍ଦ ମିଶ୍ର, ଅଙ୍କିତ ସାହୁ, ଚିନ୍ମୟ ବେହେରା, ସଂଜୟ ମିଶ୍ର, କିରନ ସେଠ, ସମୀର କୁମ୍ଭାର, ସୀତାରାମ କୁମ୍ଭାର, ନାରୀ ନେତ୍ରୀ ଅନ୍ନପୂର୍ଣ୍ଣା ବଢିଆ, ମୀରା ମଣ୍ଡଳ, ଜୁଲୁ ପଟ୍ଟନାୟକ, କୈଳାସ ମିଶ୍ର, ଅବଦୁଲ ରଜାକ, ସନ୍ତୋଷ ଗୌଡ, ବ୍ରଜ ସେଠି, ସୋହନ ନାଏକ, ଓମ୍ କୁମାର ନାଏକ, ସରଗମ ଭୋଇ, କୁଞ୍ଜବିହାରି ବଳିଆ, ପଂଚାନନ ସେଠ, ଆୟୁଷ କମ୍ପ, ଆବ୍ରାହମ ନାଗ, ପ୍ରେମରାଜ ମାଝି, ଅଭିଜିତ ସିଂ, ବେଲାର, ପ୍ରୀତମ ସୁନା, ଦୀପ୍ତି ରଂଜନ ସାଏ, ରିପୁନ ପ୍ରଧାନ, ରାଜେଶ ରଣା ପ୍ରମୁଖ ସାମିଲ ଥିଲେ ।