oom

ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ ବଲାଙ୍ଗିର ଶାଖାର ଜିଲ୍ଲାସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ ବଲାଙ୍ଗିର ଶାଖାର ଜିଲ୍ଲାସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ସଦେଇପାଲି ପାଖରେ ଏହି ପରିଷଦର ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ମୀନକେତନ ମାଝୀ ଏଥିରେ ସଭାପତିତ୍ୱ କରି ସଭାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ମତ ରଖିଥିବା ବେଳେ ସମ୍ପାଦକ ରବୀନ୍ଦ୍ର କୁମାର ସୁନା ଓ ସହ ସମ୍ପାଦକ ନୀଳକଣ୍ଠ ସୁନା ବିଗତ ଦିନରେ ଅନୁଷ୍ଠିତ ସଭାର ବିବରଣୀ ପାଠ କରିଥିଲେ । ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଯଥା ପଦୋନ୍ନତି, ପ୍ରତିନିଧିତ୍ଵ ଓ ସଦସ୍ୟତା ଅଭିଯାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଜିଲ୍ଲାର ସମସ୍ତ ବ୍ଲକସ୍ତରୀୟ କମିଟି କିଭଳି ଗଠନ ହୋଇପାରିବ ଆଲୋଚକମାନେ ମତ ରଖିଥିଲେ । ରାଜ୍ୟ ସ୍ତରରେ ସଦସ୍ୟତା ଗ୍ରହଣ କରିବା ପାଇଁ ସମସ୍ତ ସରକାରୀ କର୍ମଚାରୀ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଥିଲା । ଜିଲ୍ଳା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସେନ ସୁନା, ପ୍ରିୟବ୍ରତ କୁମ୍ଭାର ବିଡ଼ିଓ ଦେଓ ଗାଁ, ଭୀମ ସେନ ବାଗ, ଗଣେଶ ମାଝୀ, ପ୍ରଫେସର ଅକ୍ଷୟ ସେଠ୍, ସଦାନନ୍ଦ ମଲ୍ଲିକ, ଡାକ୍ତର ମନମୋହନ ବାଗ, ରତିନ୍ଦ୍ର ରାଏ, ବିଶ୍ଵାମିତ୍ର ନାଗ, ଅକ୍ରୁର ସୁନା, କାର୍ତ୍ତିକ ହରପାଲ୍, ଖୁସିରାମ ମଲ୍ଲିକ, ଲୋକନାଥ ସୁନା, ଇଂଜିନିୟର ସୁରେନ୍ଦ୍ର କୁମାର ଭୋଇ, ହସ୍ତଶିଳ୍ପ ସହ ନିର୍ଦ୍ଦେଶକ ଅଜିତ୍ କୁମାର ଭୋଇ, ପ୍ରଦୀପ ନାଗ, ସବିତା ମହରା ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଗୁଡ଼ଭେଳା ଓ ପାଟଣାଗଡ ବ୍ଲକ ପରିଷଦକୁ ଅନୁମୋଦିତ ଚିଠି ପ୍ରଦାନ କରାଗଲା । କମଳ ଲୋଚନ ବିଶ୍ଵାଳ, ଫୁଳନ୍ତି ଗୁରିଆ, ସୁରେନ୍ଦ୍ର ସେଠ୍, ସଦାନନ୍ଦ ଭୋଇ, ସହଦେବ ଧରୁଆ, ଦହିତ ଭୋଇ, ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ । ସଭାକୁ ଡ଼ଃ. କୌତୁକ ପନ୍ଦର ଓ ନେପାଳ ବାଗ ପରିଚାଳନା କରିଥିବା ବେଳେ, ବୃନ୍ଦାବନ ନାଗ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ସଭାରେ ଜିଲ୍ଲାର ଶତାଧିକ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.