ଓଡ଼ିଆ ଭାଷା ବିକାଶ ମଂଚର ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ତିରୋଧାନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଂଚ ଓ ତୁମ୍ କେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ତିରୋଧାନ ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିନୋଦିନୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସ୍ୱାଗତ ଭାଷଣ ଦେଇ କହିଲେ ସ୍ୱାଧୀନତା ପାଇଁ ଯେତେବେଳେ ବ୍ରିଟିଶମାନଙ୍କ ସହ ଭାରତୀୟମାନେ ଲଢୁଥିଲେ । ସେହି ସମୟରେ ଓଡ଼ିଶାରେ ଯେଉଁ କେତେଜଣ ନାରୀ କବିଙ୍କ ଆବ୍ରିଭାବ ହୋଇଥିଲା ସେମାନଙ୍କ ମଧ୍ୟରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ଅନ୍ୟତମ ଥିଲେ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ବିକାଶ ମଂଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର କହିଲେ କୁନ୍ତଳା କୁମାରୀ ସାବତ ଥିଲେ ଜଣେ ଲେଖିକା ସମ୍ପାଦିକା ସେବିକା ସଂସ୍କାରକ ଓ ବିପ୍ଳବିନୀର ତାଙ୍କର ଲେଖାରେ ଥିବା ଆହ୍ୱାନ ସମସ୍ତଙ୍କୁ ସ୍ୱାଧିନତା ସଂଗ୍ରାମରେ ଅଂଶ ଗ୍ରହଣ କରିବାକୁ ଦେଉଥିଲା । ଜାତିଆଣ ଭାବ ଓ ବାଲ୍ୟବିବାହ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ ବୋଲି କହିଥିଲେ । ଅନ୍ୟତମ ବକ୍ତା ବରିଷ୍ଟ ଶିକ୍ଷୟତ୍ରୀ ସରସ୍ୱତୀ ପଟେଲ କହିଲେ ତାଙ୍କର ଚର୍ଚ୍ଚିତ କବିତା ଗୁଡିକ ଥିଲା ଅଞ୍ଜଳୀ ଉଚ୍ଛ୍ବାସ. ଆହ୍ୱାନ. ଅଭିଶପ୍ତ ଅଭିମାନ, ପୂଜା, ଏବଂ ଶେଫାଳୀ ପ୍ରତି. କେବଳ କବିତା ନୁହେଁ, ଭ୍ରାନ୍ତି, ନଅତୁଣ୍ଡୀ, କାଳୀବୋହୁ. ପରଶମଣି, ରଘୁଅରକ୍ଷିତ ଆଦି ଅନେକ ସଫଳ ଔପନ୍ୟାସର ସ୍ରଷ୍ଟା ଥିଲେ ବୋଲି କହିଥିଲେ । ଏହି ତିରୋଧାନ ଦିବସରେ ବିଦ୍ୟାଳୟର ଛାତ୍ରୀ ସରସ୍ୱତୀ ସୁନା ଭୁମିକା ଖାଡିଆ ତାଙ୍କର ଜୀବନ ସଂପର୍କିତ ପ୍ରବନ୍ଧ ପଢି ପୁରସ୍କୃତ ହୋଇଥିଲା ବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ମମତା ମୟୀ ପଟେଲ ରାଜଶ୍ରୀ ପରିଜା ଧନ୍ୟବାଦ ଦେଇ ଥିଲାବଳେ ସହଯୋଗ କରିଥିଲେ ଧନଞ୍ଜୟ ମଲ୍ଲିକ ।
ଓଡ଼ିଆ ଭାଷ ବିକାଶ ମଂଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର

Leave A Reply

Your email address will not be published.