ନନ୍ଦନକାନନରେ ମା’ ହେଲା ଧୂସର ଗଧିଆ : ୫ଟି ଶାବକ ଜନ୍ମ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଇତିହାସର ପ୍ରଥମ ଥର ପାଇଁ ଗଧିଆ ଶାବକ ଜନ୍ମ ହୋଇଛି । ପ୍ରାଣୀ ଉଦ୍ୟାନର ୨୭ (ଖ) ଖୁଆଡ଼ରେ ରହୁଥିବା ଏକ ମାଈ ଗଧିଆ ଶାବକ ଜନ୍ମ ଦେଇଛି । ଗଧିଆଟି ୫ଟି ଶାବକ ପ୍ରସବ କରିଥିବା ବେଳେ ଆହୁରି ଅଧିକ ଜନ୍ମ ଦେବ ବୋଲି କର୍ତ୍ତୃପକ୍ଷ ଆଶା କରିଛନ୍ତି । ତେବେ ସମସ୍ତ ଶାବକ ଓ ମା’ ଉପରେ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି । ଜନ୍ମ ଦେଇଥିବା ଶାବକ ଓ ମା’ ସୁସ୍ଥ ଅଛନ୍ତି । ଆସନ୍ନ ପ୍ରସବା ଗଧିଆକୁ କିଛିଦିନ ପୂର୍ବରୁ ଏକ ସ୍ୱତନ୍ତ୍ର ଖୁଆଡ଼ରେ ରଖାଯାଇଥିଲା ।

Leave A Reply

Your email address will not be published.