ଜଙ୍ଗଲ ମଧ୍ୟରୁ ଗଳିତ ଶବ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ କମଗାଁ ଗ୍ରାମ ଜଙ୍ଗଲରୁ ଗତକାଲି ସକାଳୁ ଏକ ଗଳିତ ଶବ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣାପଡିଛି । ଶବଟି ପ୍ରାୟ ଆଠ ଦିନ ତଳର ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ମୃତ ଯୁବକ ଜଣକ ହେଲେ କମଗାଁ ଗ୍ରାମର ତନ୍ମୟ ସାହୁ(୨୨) । ସେ ଗତ ୦୮/ ୧୧/ ୨୦୨୧ ସୋମବାର ଦିନ ତାଙ୍କର ଭାଇ ସାହିଲ ସାହୁ(୧୭)ଙ୍କ ସହିତ ସାଇକେଲ ଚଳାଇବାକୁ ନେଇ ଗଣ୍ଡଗୋଳ (କଲି) କରିଥିଲେ ତା’ପରେ ଘରୁ କୁଆଡେ ଚାଲିଯାଇଥିଲେ ଓ ଗତକାଲି ତାଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଳିଥିବା ବିଷୟରେ ମୃତ ଯୁବକର କାକା ସାମନ୍ତ ସାହୁ କହିଛନ୍ତି । ଘଟଣା ସ୍ଥଳକୁ ଭଟଲି ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଛନ୍ତି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ବିଷୟରେ ଭଟଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଭଟଲି ଥାନା ୬୧/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏଏସ୍‌ଆଇ ବିରଞ୍ଚି ବାରିକ ଘଟଣାଟିର ତଦନ୍ତ କରୁଥିବା ବିଷୟରେ ସୂଚନା ମିଳିଛି ।

Leave A Reply

Your email address will not be published.