ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଦିନ ବେଲା ଟିଟିଲାଗଡ କୁମୁଡ଼ା ପାହାଡ ନିକଟସ୍ଥ ଦେବବନ୍ଧ ପୋଖରୀରୁ ଏକ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ସ୍ଥାନୀୟ କିଛି ଲୋକ ପୋଖରୀକୁ ଯାଇଥିବା ବେଳେ ଶବ ଭାସୁଥିବା ଦେଖି ଟିଟିଲାଗଡ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ସହ ଏସଆଇ ସାବିତ୍ରୀ ଖାକା, ଏଏସଆଇ କେ ଛତ୍ରିଆଙ୍କ ସମେତ ପୋଲିସ ବାହିନୀ ପୋଖରୀ ନିକଟକୁ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଖରୀରୁ ଶବକୁ ଉଦ୍ଧାର କରିଛି । ମହିଳାଟି ବରଗଡ ଜିଲ୍ଲା ପଦମପୁରର ବଡବନ୍ଧ ପଡ଼ାର ଅନ୍ନପୂର୍ଣ୍ଣା ବାରିକ ବୋଲି ପରିଚୟ ମିଳିଛି । ଗତ ଦଶଦିନରୁ ନିଜ ସମ୍ପର୍କୀୟଙ୍କ ଘରେ ରହିଆସୁଥିବା ବେଳେ ଆଜି ଦିନ ବେଲା ଖାଦ୍ୟ ଖାଇବା ପରେ ଶୌଚ ହେବା ପାଇଁ ଦେବବନ୍ଧକୁ ଯାଇଥିଲେ । ସେଠାରେ ଗୋଡ଼ ଖସଯିବାରୁ ପାଣିରେ ପଡି ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ପୋଲିସ ଉକ୍ତ ସ୍ଥାନରେ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି ।
Prev Post