କୋଭିଡ୍‌ ଆକ୍ରାନ୍ତଙ୍କ ଶବ ସତ୍କାର କଲା ସଂକ‌ଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ହସ୍ପିଟାଲରେ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସୂର୍ଯ୍ୟକାନ୍ତ ନାଏକ(୪୭)ଙ୍କ ଗତକାଲି ପିପଳମୁଣ୍ଡା ସ୍ଥିତ କୋଭିଡ ସ୍ୱର୍ଗଦ୍ୱାରରେ ସଂକ‌ଳ୍ପ ପରିବାରର ସାହାଯ୍ୟରେ ଶବ ସତ୍କାର କରାଯାଇଥିଲା । ମୃତ ସୂର୍ଯ୍ୟକାନ୍ତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ ସେ ଗତ ୨୦ ତାରିଖରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ କୋଭିଡ ଟେଷ୍ଟରେ ପଜିଟିଭ ଆସିବା ପରେ ଉନ୍ନତମାନର ଚିକତ୍ସା ସକାଶେ ବରଗଡ଼ ବିକାଶ ହସ୍ପିଟାଲକୁ ଆସିଥିଲେ ହେଲେ ଗତକାଲି ୨୨ତାରିଖ ଶୁକ୍ରବାର ଦିନ ସକାଳ ୧୦.୩୦ଟାରେ ଚିକିତ୍ସାଧୀନ ଅବସ୍ଥାରେ କୌଣସି କାରଣରୁ ସେ ମୃତ୍ୟୁବରଣ କରିଥିଲେ । ମୃତ ସୂର୍ଯ୍ୟକାନ୍ତଙ୍କ ପରିବାରରେ ପଇସା ପତ୍ରର ସେମିତି କିଛି ଅଭାବ ନଥିଲା ଦୁଇଦିନରେ ୨.୨୭ହଜାର ଟଙ୍କା ବିଲପଇଠ କରିଥିଲେ ପରିବାର ଲୋକେ କିନ୍ତୁ ନିଜ ବଡଭାଇଙ୍କୁ ଆଉ ଫେରାଇ ଆଣି ନପାରିଥିବାରୁ କୋହଭରା କଣ୍ଠରେ ପ୍ରକାଶ କରିଥିଲେ ତାଙ୍କ ଭାଇ ସଂଗ୍ରାମ ନାଏକ । ମୃତକଙ୍କ ପରିବାରରେ ବର୍ତ୍ତମାନ ତାଙ୍କର ଦୁଇ ଝିଅ ଯଥାକ୍ରମେ ୧୦ବର୍ଷ ଓ ୧୪ବର୍ଷ ସମେତ ତାଙ୍କର ସ୍ତ୍ରୀ ରହିଲେ । ମୃତକଙ୍କ ପରିବାରରୁ ତାଙ୍କର ଭାଇ ସଂଗ୍ରାମ ନାଏକ ମୁଖାଗ୍ନି ଦେଇଥିବା ବେଳେ ସଂକଳ୍ପ ପରିବାରରରୁ ନିଧାନ ଦନ୍ତା, ରୋହିତ ଜସ୍ୱାଲ, ବିକାଶ ଅଗ୍ରୱାଲ ପ୍ରମୁଖ ଶବସତ୍କାରରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.